ନୂଆଦିଲ୍ଲୀ,୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ ଯାଇଛନ୍ତି। ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ହେପାଜତରେ ଥିବା ବେଳେ ଆଜି ତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଯାହାପରେ ରାଉଜ ଆଭେନ୍ୟୁ କୋର୍ଟରୁ କେଜ୍ରିୱାଲଙ୍କୁ ତିହାର ଜେଲ ନିଆଯାଇଛି।ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଫସି ରହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ବର୍ତ୍ତମାନ ସୁଦ୍ଧା କୌଣସି ଆଶ୍ୱସ୍ତି ମିଳିନାହିଁ। ରାଉସ ଆଭେନ୍ୟୁ କୋର୍ଟ ବର୍ତ୍ତମାନ ତାଙ୍କୁ ଏପ୍ରିଲ ୧୫ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏହା ପରେ କେଜରିୱାଲଙ୍କୁ ସିଧାସଳଖ କୋର୍ଟରୁ ତିହାର ଜେଲକୁ ନିଆଯିବ। ମିଳିଥିବା ସୂଚନା ଅନୁଯାୟୀ ତିହାର ଜେଲରେ ଅରବିନ୍ଦ କେଜରିୱାଲଙ୍କ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।ତାଙ୍କୁ ତିହାର ଜେଲରେ ବ୍ୟାରେକ ନମ୍ବର ୨ କିମ୍ବା୫ରେ ରଖାଯିବ।କିଛି ଦିନ ପୂର୍ବରୁ ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କୁ ଜେଲ ନମ୍ବର ୨ରୁ ଜେଲ ନମ୍ବର ୫କୁ ସ୍ଥାନାନ୍ତର କରାଯାଇଛି। ମନୀଷ ସିସୋଡିଆଙ୍କୁ ଜେଲ ନମ୍ବର ୧ରେ ରଖାଯାଇଛି। ଜେଲ ନମ୍ବର ୨ରେ ମୁଖ୍ୟତଃ ଦୋଷୀ ବା କନଭିକ୍ଟେଡ କଏଦୀମାନେ ରହିଛନ୍ତି। ୧୮ରୁ ୨୦ବର୍ଷ ବୟସର ବିଚାରାଧିନ କଏଦୀମାନଙ୍କୁ ୫ନମ୍ବର ଜେଲରେ ରଖାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |