ନୂଆଦିଲ୍ଲୀ,୧।୪:ଆଜିଠୁ ୫୦୦ରୁ ଅଧିକ ଔଷଧ ମହଙ୍ଗା ହୋଇଛି । ଔଷଧ ଦାମରେ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ହୋଇଛି । ଲୋକଙ୍କୁ ଆଣ୍ଟି-ବାୟୋଟିକ୍ସଠୁ ଆରମ୍ଭ କରି ପେନକିଲର ପର୍ଯ୍ୟନ୍ତ କ୍ରୟ କଲେ ଅଧିକ ପଇସା ଦେବାକୁ ପଡିବ । କ୍ୟାନ୍ସର, ହୃଦୟ ସମ୍ପର୍କିତ ରୋଗ, ଏନିମିଆ, ମ୍ୟାଲେରିଆ, ଆଣ୍ଟି-ସେଫ୍ଟିକକୁ ମିଶାଇ ସମସ୍ତ ଔଷଧ ଆଜିଠୁ ନୂଆ ଦାମରେ ମିଳିବ । ସରକାର ଔଷଧ କମ୍ପାନୀଙ୍କୁ ବାର୍ଷିକ ହୋଲସେଲ୍ ଦାମ୍ ଇଣ୍ଡେକ୍ସ ଅନୁସାରେ ଦାମ୍ ବଢାଇବାକୁ ଅନୁମତି ଦେଇଛନ୍ତି । ନିୟମ ଅନୁସାରେ ଔଷଧ କମ୍ପାନୀମାନେ ଏକ ବର୍ଷରେ ୧୦ ପ୍ରତିଶତ ବୃଦ୍ଧି କରିପାରିବେ କିନ୍ତୁ ଏଥର ୨ ପ୍ରତିଶତ ଅଧିକ ଅର୍ଥାତ୍ କମ୍ପାନୀମାନେ ଦାମରେ ୧୨ ପ୍ରତିଶତ ବୃଦ୍ଧି କରିଛନ୍ତି ।ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଅର୍ଥନୈତିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟକୁ ଦର୍ଶାଇ ଜାତୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟିର ଅଧିକାରୀମାନେ WPI ର ତୀବ୍ର ବୃଦ୍ଧି ନିଶ୍ଚିତ କରିଛନ୍ତି। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ୧୦ପ୍ରତିଶତରୁ ଅଧିକ ବୃଦ୍ଧି କରିବାକୁ ସ୍ଥିର ହୋଇଛି। ଗତ ବର୍ଷ ଏହି ଔଷଧର ମୂଲ୍ୟରେ ପ୍ରାୟ ୧୧ ପ୍ରତିଶତ ବୃଦ୍ଧି ପାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |