ଭୁବନେଶ୍ୱର,୨।୪:ଆଜିଠୁ ଆରମ୍ଭ ହୋଇଛି ନୂତନ ଶିକ୍ଷାବର୍ଷ। ରାଜ୍ୟରେ ବଢି ଚାଲିଛି ତାତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠାରୁ ସକାଳୁଆ ସ୍କୁଲ୍ କରାଯାଇଛି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମୟରେ ପରିବର୍ତ୍ତନ ହୋଇଛି। ଉଭୟ ସରକାରୀ ଏବଂ ଘରୋଇ ବିଦ୍ୟାଳୟ ଲାଗି ନିୟମ ଲାଗୁ ହୋଇଛି।ଖରାକୁ ଦୃଷ୍ଟିରେ ରଖି ସକାଳ ୭ଟାରୁଦିନ ୧୧ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ। ଏହି ସମୟରେ ପ୍ରଧାନଶିକ୍ଷକମାନେ କ୍ୟାମ୍ପସରେ ପାନୀୟ ଜଳ, ଓଆରଏସ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣକରିବା ଲାଗି କୁହାଯାଇଛି। ତେବେ ସ୍ଥିତି ଦେଖି ନିଜ ଜିଲ୍ଲାର ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ।ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ବୟସ ଅନୁଯାୟୀ ସେମାନଙ୍କୁ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ଦିଗରେ ପ୍ରଧାନଶିକ୍ଷକମାନେ ପରାମର୍ଶ ଦେବେ। ନୂଆ ଶିକ୍ଷାବର୍ଷ ଅନୁଯାୟୀ ପଢ଼ିବେ ପିଲା। ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ପ୍ରବେଶ ଉତ୍ସବ ସହ ବିଭିନ୍ନ ଶିକ୍ଷା କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |