ପଣ୍ୟ କାରବାରରେ ପାରାଦ୍ବୀପ ବନ୍ଦରର ନୂଆ କୀର୍ତ୍ତିମାନ

 ପାରାଦ୍ବୀପ,୨।୪ : ଆର୍ଥିକ ବର୍ଷ ୨୦୨୩-୨୪ରେ ପାରାଦ୍ବୀପ ବନ୍ଦର ୧୪୫.୩୮ ଏମ୍‌ଏମ୍‌ଟି ମାଲ ପରିବହନ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ପୂର୍ବରୁ ଏହି ରେକର୍ଡ କାଣ୍ଡଲାସ୍ଥିତ ଦୀନଦୟାଲ ପୋର୍ଟର ରହିଥିଲା। ୧୦.୦୨ ଏମ୍‌ଏମ୍‌ଟି ଅଧିକ ମାଲ ପରିବହନ ସହିତ ୭.୪% ବୃଦ୍ଧି ଘଟିଛି। ଆର୍ଥିକ ବର୍ଷରେ ଏଠାରେ ସର୍ବାଧିକ ୫୯.୧୯ ଏମ୍‌ଏମ୍‌ଟି ଉପକୂଳ ମାଲ ପରିବହନ କରିଥିବା ବେଳେ ପୂର୍ବବର୍ଷ ତୁଳନାରେ ୪.୦୨% ଅଧିକ ୪୩.୯୭ ଏମ୍‌ଏମ୍‌ଟି କୋଇଲା ପରିବହନ କରାଯାଇଥିଲା। ଏହି ସମୟରେ ଏହା ୧୪.୦୩% ବୃଦ୍ଧି ସହିତ ୨୩୦୦ କୋଟି ରାଜସ୍ବ ଲାଭ କରିଛି। ଏହାର କ୍ଷମତା ବର୍ତ୍ତମାନ ୨୮୯ ଏମ୍‌ଏମ୍‌ଟି ରହିଛି। ଆଗାମୀ ତିନି ବର୍ଷରେ ଏହା ୩୦୦ ଏମ୍‌ଏମ୍‌ଟି ଅତିକ୍ରମ କରିବା ଯୋଜନା କରାଯାଇଛି। ଏହାର ୮୦% ଯନ୍ତ୍ରଚାଳିତ ବର୍ଥକୁ ୨୦୩୦ ସୁଦ୍ଧା ୧୦୦% କରିବା ଲକ୍ଷ୍ୟ ରଖାଯାଇଛି। ଆଇଆଇଟି ଚେନ୍ନଇ ସହିତ ବନ୍ଦର ପକ୍ଷରୁ ଅତ୍ୟାଧୁନିକ ପୋତ ଯାତାୟାତ ପରିଚାଳନା ସୂଚନା ବ୍ୟବସ୍ଥା ବିକଶିତ କରାଯାଉଥିବା ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍‌. ହରନାଧ ପ୍ରକାଶ କରିଛନ୍ତି।ଉପକୂଳ ପଣ୍ୟ କାରବାର କ୍ଷେତ୍ରରେ ପାରାଦୀପ ବନ୍ଦର ଅଦ୍ୟାବଧି ସର୍ବାଧିକ ୫୯.୧୯ ନିୟୁତ ମେଟ୍ରିକ ଟନ ପଣ୍ୟ କାରବାର କରିଛି। ଉପକୂଳ ତାପଜ କୋଇଲା ପଣ୍ୟ କାରବାର ୪୩.୯୭ ନିୟୁତ ମେଟ୍ରିକ ଟନରେ ପହଞ୍ଚିଛି, ଯାହାକି ବିଗତ ଆର୍ଥିକ ବର୍ଷ ତୁଳନାରେ ୪.୦୨ ପ୍ରତିଶତ ଅଭିବୃଦ୍ଧି ଘଟିଛି। ସେହିପରି ବନ୍ଦରର ବର୍ଥ ଉତ୍ପାଦନ ବିଗତ ବର୍ଷ ତୁଳନାରେ ୬.୩୩ ପ୍ରତିଶତ ବୃଦ୍ଧି ପାଇ ଦୈନିକ ୩୩.୦୧୪ ମେଟ୍ରିକ ଟନ ରେ ପହଞ୍ଚିଛି, ଯାହାକି ବୃହତ ବନ୍ଦର ମଧ୍ୟରେ ଏହା ସର୍ବାଧିକ। ଏହି ସମୟରେ ପାରାଦୀପ ବନ୍ଦରରେ ସର୍ବାଧିକ ୨୭୧୦ ଟି ଜାହାଜ ଗମନାଗମନ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!