ଓଡ଼ିଶା ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା BJP

ଭୁବନେଶ୍ୱର, ୨।୪:୨୦୨୪ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ୧୧୨ ଟି ବିଧାନସଭା ସିଟ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବରୁ ସମସ୍ତ ଲୋକସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ଆଜି ୧୧୨ ବିଧାନସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସମ୍ବଲପୁରରୁ ପୁଣି ଲଢ଼ିବେ ଜୟନାରାୟଣ ମିଶ୍ର ।ସେହିପରି ସୁନ୍ଦରଗଡ଼ରୁ କୁସୁମ ଟେଟେ, ଧାମନଗରରୁ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରୁ ଗୌତମ ରାୟ, କୋରେଇରୁ ଆକାଶ ଦାସ ନାୟକ ଓ ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତ ଲଢ଼ିବେ ବୋଲି ଜଣା ପଡ଼ିଛି । ତଳସରାରୁ ଭବାନୀଶଙ୍କର ଭୋଇ, ବୀରମିତ୍ରପୁରରୁ ଶଙ୍କର ଓରାମ, ରଘୁନାଥପାଲୀରୁ ଦୁର୍ଗା ଚରଣ ତନ୍ତୀ, ରାଜଗାଙ୍ଗପୁରରୁ ନରସିଂହ ମିଞ୍ଜ, ବଣାଇରୁ ସେବତୀ ନାଏକ ଲଢ଼ିବେ ।ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ଲଢ଼ିବେ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣି ସମ୍ବଲପୁରରୁ ଲଢ଼ିବେ। ପାଟଣାଗଡ଼ରୁ ପ୍ରାର୍ଥୀ ହୋଇଛନ୍ତି କନକ ବର୍ଦ୍ଧନ ସିଂହଦେଓ। ସେହିପରି ଭବାନୀପାଟଣାରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ୍ତ ନାଏକ। ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ବ୍ରଜରାଜନଗରରୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡୀରୁ ପ୍ରାର୍ଥୀ କରାଯାଇଛି। ସେହିପରି ବିଜେଡି ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ କୋରେଇରୁ ଟିକେଟ ମିଳିଛି। ବ୍ରହ୍ମଗିରିରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ବଦଳରେ ତାଙ୍କ ଝିଆରୀ ତଥା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି।   କୁଚିଣ୍ଡାରୁ ରବି ନାରାୟଣ ନାଏକ, ରେଙ୍ଗାଲିରୁ ନାଉରୀ ନାଏକ, ରେଢ଼ାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଦେବଗଡ଼ରୁ ସୁବାସ ପାଣିଗ୍ରାହୀ, ଆନନ୍ଦପୁରରୁ ଆଲୋକ ସେଠୀ, କେନ୍ଦୁଝରରୁ ମୋହନ ମାଝୀ, ଯଶୀପୁରରୁ ଗଣେଶରାମ ସିଂ ଖୁଣ୍ଟିଆ, ଉଦଳାରୁ ଭାସ୍କର ମଢ଼େଇ, ଭଦ୍ରକରୁ ସୀତାଂଶୁ ଶେଖର ମହାପାତ୍ର, ବିଂଝାରପୁରରୁ ବବିତା ମଲ୍ଲିକ ଓ ବଡ଼ଚଣାରୁ ଅମର ନାୟକ ଲଢ଼ିବେ ।ସେହିପରି ଧର୍ମଶାଳାରୁ ସ୍ମୃତିରେଖା ପହି, ଢେଙ୍କାନାଳରୁ କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗରରୁ ଶତୃଘ୍ନ ଜେନା, ପରଜଙ୍ଗରୁ ବିଭୁତି ଭୂଷଣ ପ୍ରଧାନ, ପାଲଲହଡ଼ାରୁ ଅଶୋକ ମହାନ୍ତି, ତାଳଚେରରୁ କାଳିନ୍ଦୀ ସାମଲ, ଛେଣ୍ଡିପଦାରୁ ଅଗସ୍ତୀ ବେହେରା, ବଡ଼ସାହିରୁ ସନାତନ ବିଜୁଳି, ବାରିପଦାରୁ ପ୍ରକାଶ ସୋରେନ, ମୋରଡ଼ାରୁ କୃଷ୍ଣଚନ୍ଦ୍ର ମହାପାତ୍ର, ଜଳେଶ୍ୱରରୁ ବ୍ରଜ ପ୍ରଧାନଙ୍କୁ ଟିକେଟ ଦେଇଛି ଦଳ ।ସେହିପରି ବାଲେଶ୍ୱରରୁ ମାନସ ଦତ୍ତ, ରେମୁଣାରୁ ଗୋବିନ୍ଦ ଦାସ, ସୋରରୁ ରାଜେନ୍ଦ୍ର ଦାସ, ସିମୁଳିଆରୁ ପଦ୍ମଲୋଚନ ପଣ୍ଡା, ଆଠମଲ୍ଲିକରୁ ସଂଜୀବ ସାହୁ, ବୀରମହାରାଜପୁରରୁ ରଘୁନାଥ ଜଗଦଳା, ସୋନପୁରରୁ ପ୍ରମୋଦ ମହାପାତ୍ର, ଲୋଇସିଂହାରୁ ମୁକେଶ ମହାଲିଙ୍ଗ, ବଲାଙ୍ଗିରରୁ ଗୋପାଳଜୀ ପାଣିଗ୍ରାହୀ ଓ ଟିଟିଲାଗଡ଼ରୁ ନବୀନ ଜୈନ ଲଢ଼ିବେ ବୋଲି ଜଣା ପଡ଼ିଛି ।କଣ୍ଟାବାଂଜିରୁ ଲକ୍ଷ୍ମଣ ବାଗ, ନୂଆପଡ଼ାରୁ ଅଭିନନ୍ଦନ ପଣ୍ଡା, ଖଡ଼ିଆଳରୁ ହିତେଶ ବଗର୍ତ୍ତୀ, ଉମରକୋଟରୁ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁରରୁ ଗୌରୀଶଙ୍କର ମାଝୀ, ଲାଞ୍ଜିଗଡ଼ରୁ ରମେଶ ମାଝୀ, ଜୁନାଗଡ଼ରୁ ମନୋଜ ମେହେର, ଧର୍ମଗଡ଼ରୁ ସୁଧୀର ପାଟ୍ଟଯୋଶୀ, ନର୍ଲାରୁ ଅନୀରୁଦ୍ଧ ପ୍ରଧାନ, ବାଲିଗୁଡ଼ାରୁ କଳ୍ପନା କହଁର, ଜି.ଉଦୟଗିରିରୁ ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀରୁ ଉମାଚରଣ ମଲ୍ଲିକ, କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ ଲଢ଼ିବେ ।ସେହିପରି ବୌଦ୍ଧରୁ ସରୋଜ ପ୍ରଧାନ, ବଡ଼ମ୍ବାରୁ ସମ୍ବିତ ତ୍ରିପାଠୀ, ବାଙ୍କୀରୁ ତୁଷାରକାନ୍ତ ଚକ୍ରବର୍ତ୍ତୀ, ଆଠଗଡ଼ରୁ ଅଭୟ ବାରିକ, ଚୌଦ୍ୱାରରୁ ନୟନ କିଶୋର ମହାନ୍ତି, ନିଆଳିରୁ ଛବି ମଲ୍ଲିକ, କଟକ ସଦରରୁ ପ୍ରକାଶ ସେଠୀ, ମାହାଙ୍ଗାରୁ ସୁମନ୍ତ ଘଡ଼େଇ, ପାଟକୁରାରୁ ତେଜେଶ୍ୱର ପରିଡ଼ା, ଆଳିରୁ କୃଷ୍ଣଚନ୍ଦ୍ର ପଣ୍ଡା, ମହାକାଳପଡ଼ାରୁ ଦୁର୍ଗାପ୍ରସନ୍ନ ନାୟକ ଲଢ଼ିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!