ନୁଆଦିଲ୍ଲୀ,୨।୪:ବିମାନ ଯାତ୍ରା ସମ୍ବନ୍ଧୀୟ ଏକ ନୂଆ ଗାଇଡଲାଇନ୍ ଜାରି କରିଛି ବିମାନ ଚଳାଚଳ ସୁରକ୍ଷା ୱାଚଡଗ୍ ବିସିଏଏସ୍। ନୂତନ ନିର୍ଦ୍ଦେଶାବଳୀ ଅନୁସାରେ, ଏଣିକି ବୋଡିଂ ପରେ ଯଦି ବିମାନ ଚଳାଚଳ ବିଳମ୍ବ ହେଉଛି, ତେବେ ଯାତ୍ରୀମାନେ ବିମାନବନ୍ଦର ପ୍ରସ୍ଥାନ ଫାଟକ ଦେଇ ଯାଇପାରିବେ। ବିମାନବନ୍ଦରରେ ଅତ୍ୟଧିକ ଗହଳି ଏବଂ ଉଡାଣ ବିଳମ୍ବ ପରେ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି ବ୍ୟୁରୋ (BCAS) ଏହି ନିର୍ଦ୍ଦେଶନାମା ଜାରିକରିଛି।ବିସିଏଏସ୍ ମହାନିର୍ଦ୍ଦେଶକ ଜୁଲଫିକର ହାସନ କହିଛନ୍ତି ଯେ, ମାର୍ଚ୍ଚ ୩୦ରେ ବିମାନ ସେବା ଏବଂ ବିମାନବନ୍ଦର ଅପରେଟରମାନଙ୍କୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ବର୍ତ୍ତମାନ ଏହି ନିୟମ କାର୍ଯ୍ୟକାରୀ ହୋଇଛି। ଏହି ଗାଇଡଲାଇନ ପରେ ଯାତ୍ରୀମାନେ ଅଯଥା ସମସ୍ୟାର ସମ୍ମୁଖୀନ ହେବେ ନାହିଁ ଏବଂ ବିମାନ ଭିତରେ ସେମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ।ଦି ବିମାନ ଚଳାଚଳ ବିଳମ୍ବ ହୁଏ କିମ୍ବା କୌଣସି ଜରୁରୀ ପରିସ୍ଥିତି ଉପୁଜେ ତେବେ ଯାତ୍ରୀମାନେ ବିମାନବନ୍ଦର ପ୍ରସ୍ଥାନ ଫାଟକରୁ ବାହାରକୁ ଯାଇପାରିବେ। ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ପାଇଁ ବିମାନବନ୍ଦର ଅପରେଟରମାନଙ୍କୁ ସ୍କ୍ରିନିଂ ସମେତ ଭିତ୍ତିଭୂମି ପାଇଁ ବ୍ୟବସ୍ଥା କରିବେ ଏବଂ ଯାତ୍ରୀମାନଙ୍କୁ ଏ ବାବଦରେ ଜଣାଇଦେବା ପାଇଁ ସଂପୃକ୍ତ ବିମାନ ଏବଂ ସୁରକ୍ଷା ଏଜେନ୍ସି ବ୍ୟବସ୍ଥା କରିବେ ବୋଲି ଜୁଲଫିକର ହାସନ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |