ନୂଆଦିଲ୍ଲୀ,୩।୪:ପଦ୍ମ ଧରିଛନ୍ତି ବକ୍ସର ବିଜେନ୍ଦ୍ର ସିଂହ। ସେ ଆଜି କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।ବିଜେନ୍ଦ୍ର ସିଂହ ବିଜେପିରେ ଯୋଗଦେବା ପରେ କଂଗ୍ରେସକୁ ବଡ ଝଟକା ଲାଗିଛି। କଂଗ୍ରେସ ଟିକେଟରେ ଏଥର ବିଜେନ୍ଦ୍ର ସିଂହ ମଥୁରାରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ତେବେ ଏନେଇ କିନ୍ତୁ ଅନ୍ତର୍ଜାତୀୟ ବକ୍ସରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ନଥିଲା।ବକ୍ସର ବିଜେନ୍ଦ୍ର ସିଂହ ଏକ୍ସ’ରେ ଏକ ପୋଷ୍ଟ କରିଥିଲେ, ଯାହାକୁ ନେଇ ନିର୍ବାଚନ ପୂର୍ବରୁ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ସେ କହିଛନ୍ତି, ‘ଜନତା ଯାହା ଚାହିଁବେ, ସେଥିପାଇଁ ମୁଁ ପ୍ରସ୍ତୁତ ଅଛି’।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |