ନୂଆଦିଲ୍ଲୀ,୩।୪: ଇଣ୍ଡିଆନ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍ପନ୍ସ ଟିମ୍ (CERT-In) ର କେନ୍ଦ୍ର ସୁରକ୍ଷା ପରାମର୍ଶଦାତା ଆପଲ୍ର ଆଇଫୋନ, ମ୍ୟାକବୁକ, ଆଇପ୍ୟାଡ ଏବଂ ଭିଜନ ପ୍ରୋ ହେଡସେଟ ବ୍ୟବହାରକାରୀଙ୍କ ପାଇଁ ଏକ ବିପଦପୂର୍ଣ୍ଣ ଚେତାବନୀ ଜାରି କରିଛି।ଆଇ ଫୋନ୍ କିମ୍ବା ଆପଲ୍ର ଆଇ ପ୍ୟାଡ୍ ତଥା ମ୍ୟାକ୍ବୁକ୍ ବ୍ୟବହାର କରୁଥିଲେ ସାବଧାନ। ଏ ସମସ୍ତ ଆପଲ ପ୍ରଡକ୍ସ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର।ଆପଲ ୟୁଜରଙ୍କୁ ସତର୍କବାଣୀ । କେନ୍ଦ୍ର ସରକାରଙ୍କ କମ୍ପ୍ୟୁଟର ଇମରଜିନ୍ସି ରେସ୍ପନ୍ସ ଟିମ୍ ପକ୍ଷରୁ ଆପଲ ୟୁଜରଙ୍କ ପାଇଁ ‘ହାଇ ରିସ୍କ’ ୱାର୍ଣ୍ଣିଂ ଜାରି କରାଯାଇଛି । ଯେଉଁମାନେ ଆପଲର ଆଇଫୋନ୍, ମ୍ୟାକ୍ବୁକ୍, ଆଇପଡ୍ ଏବଂ ଭିଜନ୍ ପ୍ରୋ ହେଡ୍ସେଟ୍ ବ୍ୟବହାର କରୁଛନ୍ତି , ସେମାନଙ୍କ ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । ଡିଭାଇସ୍ରେ କୌଣସି ପ୍ରକାର ଗମ୍ଭୀର ସମସ୍ୟା ରହିଥିବା କୁହାଯାଇଛି । ଯାହାଦ୍ୱାରା ଏହାକୁ ରିମୋଟ ଦ୍ୱାରା ବାହାରୁ ଅନ୍ୟ ଜଣେ କଣ୍ଟ୍ରୋଲ କରିପାରିବ ବୋଲି ଆଶଙ୍କା କରାଯାଇଛି । ତେଣୁ ତୁରନ୍ତ ଯେଉଁ ସବୁ ୟୁଜର ରହିଛନ୍ତି ସେମାନେ ସତର୍କ ହୁଅନ୍ତୁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |