କାମାକ୍ଷାନଗରରେ ବୋମାମାଡ଼ , ୧୪ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା

 ଢେଙ୍କନାଳ,,୫।୪: ଗୋରୁ ବେପାରୀଙ୍କୁ ଲୁଟେରାଙ୍କ ଟାର୍ଗେଟ୍ । ଢେଙ୍କାନାଳ କାମାକ୍ଷାନଗରର ଜିରାଳ ସାପ୍ତାହିକ ହାଟରେ ବଡ଼ ଧରଣର ଲୁଟ। ୨ ରାଉଣ୍ଡ ଗୁଳି ଚାଳନା ସହିତ ବୋମା ମାଡ଼ କରି ୧୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଏଥିସହ ଗୋରୁ ବେପାରୀଙ୍କ ଗାଡିକୁ ନେଇ ଚମ୍ପଟ ମାରିଛନ୍ତି ।ସକାଳୁ ସକାଳୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ବୋମାମାଡ଼ କରି ୧୪ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁର୍ତ୍ତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଜିରାଳ ସାପ୍ତାହିକ ହାଟରେ ଏଭଳି ବୋମାମାଡ଼ କରି ଲୁଟପାଟ୍ କରାଯାଇଛି।  ଗୋରୁ ହାଟକୁ ଆସିଥିବା ବେପାରୀଙ୍କୁ ଟାର୍ଗେଟ କରି ଦୁର୍ବୁତ୍ତମାନେ ବୋମାମାଡ଼ କରିଥିଲେ। ଅନ୍ୟପଟେ ବୋମାମାଡ଼ ସହ ୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଭୟଭୀତ କରାଯାଇଥିଲା। ତେବେ ଏଭଳି କିଛି କାଣ୍ଡ ଭିଆଇ ୧୪ ଲକ୍ଷ ଟଙ୍କା ସହ ଏକ ବୋଲର ଗାଡି ନେଇ ୫ ଦୁର୍ବୁତ୍ତ ଫେରାର ହୋଇଯାଇଛନ୍ତି। ସେପଟେ ଏହି ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ୍ନ ଆରମ୍ଭ କରିଥିବା ଜଣାପଡିଛି। ତେବେ ଫେରାର ଦୁର୍ବୁତ୍ତଙ୍କ ସମ୍ପର୍କରେ କୌଣସି ବି ସଠିକ ସୂଚନା ମିଳିପାରି ନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!