ଗହୀରମଥାରେ ଅଲିଭରିଡଲେଙ୍କ ଅଣ୍ତାଦାନ ଆରମ୍ଭ

କେନ୍ଦ୍ରାପଡ଼ା, ୫।୪: କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାଠାରେ ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳରେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଏନ୍ତୁଡିଶାଳ କେନ୍ଦ୍ରାପଡା ଉପକୂଳର ଗହୀରମଥାରେ କଇଁଛଙ୍କ ଗଣ ଅଣ୍ତାଦାନ ପକ୍ରିୟା ଆରମ୍ଭ ହୋଇଛି। ପ୍ରତିକୂଳ ପାଗ ଯୋଗୁଁ ଚଳିତବର୍ଷ ଗଣ ଅଣ୍ତାଦାନ ହେବ କି ନାହିଁ, ଆଶଙ୍କା ପ୍ରକାଶ ପାଇଥିଲା। ମାର୍ଚ୍ଚ ମାସ ସରି ଯାଇଥିବାରୁ ଚଳିତବର୍ଷ ଅଲିଭରିଡଲେ କଇଁଛ ଅଣ୍ତା ନଦେଇ ଫେରିଯିବେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ମାତ୍ର ଗତକାଲି ସଂଧ୍ୟାରେ ଗହୀରମଥାରେ ଗଣଅଣ୍ତାଦାନ ପକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୮୦ ହଜାର କଇଁଛ ଗଣଅଣ୍ତାଦାନ ପକ୍ରିୟାରେ ସାମିଲ ହୋଇଥିବା ବନବିଭାଗ ସୂତ୍ରରୁ ଜଣାପଡିଛି। ଅଲିଭରିଡଲେ ମାଆ କଇଁଛମାନେ କୂଳଠାରୁ ୧ କିମି ଭିତରେ ଦୀର୍ଘ ୨ମାସ ହେଲା ଭିଡ ଜମାଇଥିଲେ ମଧ୍ୟ ପାଗ ଅନୁକୂଳ ହେଉନଥିବାରୁ ଗଣ ଅଣ୍ତାଦାନ ପକ୍ରିୟାରେ ସାମିଲ ହେଉନଥିଲେ। ଚଳିତମାସ ୩ ତାରିଖ ଠାରୁ ପାଗ ଶୁଖିଲା ସାଙ୍ଗକୁ ଦକ୍ଷିଣା ପବନ ବୋହିବାରୁ ଗୋଟିଏ ଦିନରେ ୮୦ ହଜାର ମା’ ଅଲିଭରିଡଲେ ଗଣ ଅଣ୍ତାଦାନ ପକ୍ରିୟାରେ ସାମିଲ ହୋଇଛନ୍ତି।  ଅଲିଭ ରିଡ୍‌ଲେ ମା’ କଇଁଛମାନେ କୂଳଠାରୁ ୧ କିମି ଭିତରେ ଦୀର୍ଘ ୨ମାସ ହେଲା ଭିଡ ଜମାଇ ଥିଲେ ମଧ୍ୟ ପାଗ ଅନୁକୂଳ ହେଉ ନ ଥିବାରୁ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଉ ନ ଥିଲେ। ବୁଧବାରଠାରୁ ପାଗ ଶୁଖିଲା ସାଙ୍ଗକୁ ଦକ୍ଷିଣା ପବନ ବୋହିବାରୁ ଗୋଟିଏ ଦିନରେ ୮୦ ହଜାର ମା’ ଅଲିଭ ରିଡ୍‌ଲେ ଗଣ ଅଣ୍ଡାଦାନ କରିଛନ୍ତି।ବୁଧବାର ସନ୍ଧ୍ୟାରୁ ହଠାତ୍‌ ଦଳ ଦଳ ହୋଇ ମା’ କଇଁଛମାନେ ଗହୀରମଥାର ନାସୀ-୨ ବାଲୁକା ଶଯ୍ୟାକୁ ଉଠି ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଭୋର ଯାଏ ଏହି ପ୍ରକ୍ରିୟା ଜାରି ରହିଥିଲା। ପ୍ରଥମଦିନରେ ଏହି ସଂଖ୍ୟା ଭଲ ଥିବାରୁ ଓ ମା’ କଇଁଛମାନେ କୂଳରେ ଥିବାରୁ ଚଳିତବର୍ଷ ରେକର୍ଡ ସଂଖ୍ୟକ ଗଣ ଅଣ୍ଡାଦାନ ହେବା ନେଇ ଆଶା ପ୍ରକାଶ ପାଇଛି। ମା’ କଇଁଛମାନେ ବେଳାଭୂମି ବାଲିରେ ପଛପଟ ଗୋଡରେ ୧ ଫୁଟରୁ ଦେଢ ଫୁଟ ଗଭୀର ଗାତ ଖୋଳିଥାନ୍ତି। ଗାତ ଖୋଳିବା ପରେ ମା’ କଇଁଛ ପ୍ରାୟ ୧୦୦ଟି ଉପରେ ଅଣ୍ଡା ଦେଇଥାଏ। ପ୍ରତ୍ୟେକ ଅଣ୍ଡାର ଆକାର ଗୋଟିଏ ପିଙ୍ଗ ପିଙ୍ଗ ବଲ ପରି। ଅଣ୍ଡାର ଖୋଳପା ନମନୀୟ ହୋଇଥିବାରୁ ଅଣ୍ଡା ଗାଳିବା ସମୟରେ ତାହା ଫାଟି ନ ଥାଏ। ଅଣ୍ଡା ଦେଇ ସାରିବା ପରେ ମା’ କଇଁଛ ତା’ର ଗାତକୁ ବାଲି ଘୋଡ଼ାଇ ଲୁଚାଇ ପକାଇ ପୁଣି ସମୁଦ୍ରକୁ ଫେରିଯାଏ। ସୂର୍ଯ୍ୟଙ୍କ ଉତ୍ତାପରେ ଉଷୁମ ହୋଇ ଅଣ୍ଡାଗୁଡ଼ିକରୁ ୪୫ ରୁ ୬୦ ଦିନ ମଧ୍ୟରେ କଇଁଛ ଶାବକ ବାହାରିଥାନ୍ତି। ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅଣ୍ଡାଦାନ ସ୍ଥଳକୁ ବାଡ଼ ବୁଜାଯିବା ସହ ବନ କର୍ମଚାରୀମାନେ ଅଣ୍ଡାଦାନ ସ୍ଥଳକୁ ଜଗି ରହିଛନ୍ତି। ରାଜନଗର ଓ ଭଦ୍ରକ ଡିଭିଜନ ପକ୍ଷରୁ ଅଲିଭରିଡ୍‌ଲେଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ, ଗହୀରମଥା ରେଞ୍ଜ ଅଫିସର ପ୍ରଦୋଷ କୁମାର ମହାରଣା ପ୍ରମୁଖ ଅଣ୍ଡାଦାନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!