ପାରିବାରିକ କଳହର, ୯ ମାସର ଝିଅକୁ ଧରି ନଦୀକୁ ଡେଇଁଲେ ମହିଳା

କେନ୍ଦ୍ରାପଡ଼ା,୫ା୪:ପତିପତ୍ନୀଙ୍କ କଳହ ନେଲା ଉଗ୍ର ରୂପ ।  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଡ଼ଗଡ଼ି ସେତୁ ଉପରୁ ଛୁଆକୁ ଧରି ମାଆ ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି ।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଏକ ଡଙ୍ଗା ସାହାଯ୍ୟରେ ଛୋଟ ଛୁଆ ଓ ମାଆକୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଭୟ ମାଆ ଓ ୯ ମାସର ଶିଶୁ କନ୍ୟାକୁ କେନ୍ଦ୍ରାପଡ଼ା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ଘର ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗାଁର ବୋଲି ଜଣାପଡ଼ିଛି ।ଏଥିରେ ନିଜ ହିତାହିତ ଜ୍ଞାନ ହରାଇ ବସି ମହିଳାଜଣକ ୯ ମାସର ଝିଅକୁ କୋଳରେ ଧରି ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ। ଏହାଦେଖି ସ୍ୱାମୀଜଣକ ବି ନଦୀକୁ ଡେଇଁ ପଡ଼ିଲେ। ବାପା, ମା’ ଝିଅ ମଝି ନଦୀରେ ଉବୁଟୁବୁ ହେଉଥିବା ବେଳେ ସ୍ଥାନୀୟ ଲୋକେ ସାଜିଲେ ଦେବଦୂତ । ସେମାନେ ସମସ୍ତଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି। ଏପରି ଏକ ଲୋମଟାଙ୍କୁରା ଘଟଣା ଆଜି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଘଟିଛି।ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗାଁର ଯୁବକଜଣକ ନିଜ ପତ୍ନୀ ଓ କୁନି ଝିଅ ସହ ଶ୍ୱଶୁର ଘର ନିକଟସ୍ଥ ଡାଳିକାଏନ୍ଦା ଗାଁକୁ ଯାଇଥିଲେ। ସେଠାରୁ ଆଜି ସମସ୍ତେ ନିଜ ଗାଁକୁ ଅଟୋ ଯୋଗେ ଫେରୁଥିଲେ। ମାତ୍ର ଅଟୋରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିବା ବେଳେ ତାହା କ୍ରମଶଃ ଉଗ୍ର ରୂପ ଧାରଣ କରିବାକୁ ଲାଗିଲା।ଅଟୋଟି ଖରସ୍ରୋତା ନଦୀ ବ୍ରିଜ ଉପରେ ଯାଉଥିବା ବେଳେ ଅତିଷ୍ଠ ହୋଇ ପଡ଼ିଥିବା ମହିଳାଜଣକ ଅଟୋକୁ ଅଟକାଇଥିଲେ। ଏହାପରେ ସେ ନିଜ ଝିଅକୁ ଧରି ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଏହାଦେଖି ବ୍ୟକ୍ତିଜଣକ ମଧ୍ୟ ତୁରନ୍ତ ତଳକୁ ଡେଇଁଥିଲେ।ଉଭୟ ସ୍ୱାମୀସ୍ତ୍ରୀ ପାଣିରେ ଭାସୁଥିବା ବେଳେ ପିଲାଟିକୁ ଟେକିକି ଧରିଥିଲେ। ସ୍ଥାନୀୟ ଲୋକେ ଏହାଦେଖି ତୁରନ୍ତ ଏକ ଡଙ୍ଗା ସାହାଯ୍ୟରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ସଙ୍ଗେସଙ୍ଗେ ସମସ୍ତଙ୍କୁ ଆଳି ମେଡିକାଲ ନିଆଯାଇଥିବା ବେଳେ ସେଠାରେ ପିଲା ଓ ମା’ର ସ୍ୱାସ୍ଥ୍ୟ ଠିକ୍‌ ଦେଖି ଜଣାଯାଇଛି। ଏହାପରେ ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ମା’ ଓ ପିଲାକୁ କେନ୍ଦ୍ରାପଡ଼ା ମେଡିକାଲ ନେଇ ଯାଇଥିବା ଜଣାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!