ଜଳୁଛି ଓଡ଼ିଶା :ଭୁବନେଶ୍ୱର ତାପମାତ୍ରା ୪୩ ଡିଗ୍ରୀ ଡେଇଁଲା

ଭୁବନେଶ୍ୱର,୫ା୪:  ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଥିବା ବେଳେ  ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିଛି। ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଜି ରାଜଧାନୀରେ ଦିନର ତାପମାତ୍ରା  ୪୩ ଡିଗ୍ରୀ ଟପିଛି। ଯାହାକି ସର୍ବୋଚ୍ଚ ତାପମାତ୍ରା। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତାପମାତ୍ରା ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି।ସେହିପରି ଆଜି ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁରର ତାପମାତ୍ରା ୪୦.୮ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ହୀରାକୁଦରେ ୪୦.୬, ଚାନ୍ଦବାଲି ୪୦.୬, ଝାରସୁଗୁଡ଼ାରେ ୪୦.୨, ରାଉରକେଲାରେ ୩୯.୬, କେନ୍ଦୁଝରରେ ୩୯, ବାଲେଶ୍ୱରରେ ୩୭.୮, ପୁରୀରେ ୩୩, ଗୋପାଳପୁରରେ ୩୨.୨ ଓ ପାରାଦୀପରେ ୩୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।ସେପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୫ ମ୍ୟୁନିସିପଲିଟି କର୍ପୋରେସକୁ ଜଳ ଛତ୍ର ଖୋଲିବାକୁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ଵର, କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲାରେ ଜଳ ଛତ୍ର ଖୋଲିବାକୁ ନିର୍ଦ୍ଦେଶ ରହିଛି । ଆଜି ଏବଂ ଆସନ୍ତା କାଲି ହିଟ୍ ୱେଭର ପ୍ରଭାବ ଯଥେଷ୍ଠ ଅଧିକ ରହିବ ।ସେପଟେ ସିଲଭର ସିଟିରେ ଅସହ୍ୟ ଖରା । ରାସ୍ତାରେ ପର୍ଯ୍ୟାପ୍ତ ଜଳଛତ୍ର ନଥିବାରୁ ଅସ୍ତବ୍ୟସ୍ତ ଜନଜୀବନ । ଗଲା କିଛିଦିନ ଧରି ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଥିବାରୁ ତତଲା କଡେଇ ରେ ସିଝିଗଲା ଭଳି ପରିସ୍ଥିତି ଉପୁଜିଛି । ଏପରି ସ୍ଥଳେ ମହାନଗର ନିଗମ ମାତ୍ର ୬ ଟି ଜଳଛତ୍ର କେନ୍ଦ୍ର ଖୋଲି ହାତବନ୍ଦୀ ବସିଛି । ସେପଟେ ସିଏମସି କମିଶନର କହିଛନ୍ତି ଆଗକୁ ଆଉ କିଛି ଜଳଛତ୍ର ଖୋଲାଯିବ । ଏବଂ ଜଳଛତ୍ର ପାଇଁ ବିଭିନ୍ନ ଅନୁଷ୍ଠାନର ସହାୟତା ନିଆଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!