ଭୁବନେଶ୍ୱର,୫।୪: ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ତୃତ୍ରୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଆଜି ବିଜେଡି ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ତୃତୀୟ ପର୍ଯ୍ୟାୟରେ ବିଜେଡିର ୯ ବିଧାନସଭା ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଅବସରରେ ଆଜି ବିଜୁଜନତା ଦଳର ୯ଜଣଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରି ଆପଣମାନଙ୍କ ଆଶୀର୍ବାଦ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ତାଲିକା ଅନୁଯାୟୀ ରେଙ୍ଗାଲିରୁ ସୁଦର୍ଶନ ହରିପାଲ ଏବଂ ରାଉରକେଲାରୁ ଶାରଦା ନାୟକଙ୍କୁ ବିଜେଡି ଟିକଟ ପ୍ରଦାନ କରାଯାଇଛି। ଭୁବନେଶ୍ବର ଜୟଦେବ ଆସନରେ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ନବକିଶୋର ମଲ୍ଲିକଙ୍କୁ ଦଳ ଟିକଟ ଦେଇଛି। ସେହିପରି ବୀରମିତ୍ରପୁର ପାଇଁ ରୋହିତ ଜୋଶେଫ ତିର୍କୀ, କେନ୍ଦୁଝରରୁ ମୀନା ମାଝି, ରାଇରଙ୍ଗପୁରରୁ ରାଇସିଂ ମୁର୍ମୁ, ବାଲେଶ୍ବରରୁ ସ୍ବରୂପ ଦାସ, ବାରବାଟି କଟକରୁ ପ୍ରକାଶ ବେହେରା ଓ ସାଲେପୁର ପାଇଁ ପ୍ରଶାନ୍ତ ବେହେରାଙ୍କୁ ବିଜେଡି ଟିକଟରେ ଲଢ଼ିବା ପାଇଁ ଦଳ ଟିକଟ ଦେଇଛି।ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ତୃତ୍ରୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ଅଭିଜ୍ଞ, ମହିଳା ଓ ନୂଆମୁହଁ ମଧ୍ୟ ସ୍ଥାନ ପାଇଛି। ଲୋକେ ସବୁବେଳେ ବିକାଶକୁ ଆଧାର କରିଛନ୍ତି ସେହି ଅନୁଯାୟୀ ପ୍ରାର୍ଥୀ ମନୋନୟନ କରାଯାଇଛି। ଆଜି ଘୋଷଣା ପରେ ବିଜେଡି ପ୍ରାର୍ଥୀ ତାଲିକା ୧୦୮ରେ ପହଞ୍ଚିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |