କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର

ନୂଆଦିଲ୍ଲୀ,୫।୪:ଦେଶରେ ଲୋକସଭା ନିର୍ବାଚନ ୨୦୨୪ ର ବିଗୁଲ ବାଜି ସାରିଛି । କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର। ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ଦିନ ଘୋଷଣା ପତ୍ର ଜାରି କରିଛି କଂଗ୍ରେସ। ନ୍ୟାୟ ପତ୍ର ନାଁରେ ଘୋଷଣା ପତ୍ର ଜାରି କରାଯାଇଛି। କଂଗ୍ରେସ ଏହାର ମନିଫେଷ୍ଟୋରେ ଅନେକ ପ୍ରକାରର ଗ୍ୟାରେଣ୍ଟି ଅନ୍ତର୍ଭୁକ୍ତ କରିଛି। ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ରହିଛି ଏହି ନିର୍ବାଚନୀ ଇସ୍ତାହାରରେ।ସମସ୍ତ ରାଜନୈତିକ ଦଳ ଭିନ୍ନ-ଭିନ୍ନ ଉପାୟରେ ଭୋଟମାନଙ୍କୁ ନିଜ ପକ୍ଷରେ ଆଣିବାକୁ ପ୍ରୟାସ କରୁଛନ୍ତି । ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ନିଜ ଘୋଷଣା ପତ୍ର ନ୍ୟାୟ ପତ୍ର ଜନତା ପାଖେ ରଖିଛନ୍ତି । ଏଥିରେ ମହାଲକ୍ଷ୍ମୀ ସ୍କିମର ମଧ୍ୟ ଘୋଷଣା କରାଯାଇଛି । ଏହି ସ୍କିମ ଗରିବମାନଙ୍କୁ ଅଭାବତାରେ ଲଢିବାକୁ ପ୍ରତି ବର୍ଷ ୧ ଲକ୍ଷ ଟଙ୍କା ଦେବାକୁ ପ୍ରତିଜ୍ଞା କରିଛି ।କଂଗ୍ରେସର ଘୋଷଣା ପତ୍ର ୫ ଏପ୍ରିଲରେ ଜାରି କରାଯାଇଛି । ଏଥିରେ ଗରିବତା ହଟାଇବା ପାଇଁ ବାର୍ଷିକ ୧ ଲକ୍ଷ ଟଙ୍କା ଦିଆଯିବାର ଘୋଷଣା କରାଯାଇଛି । ଏହି ସ୍କିମ ଅନୁଯାୟୀ, ପରିବାରର ସବୁଠାରୁ ବୃଦ୍ଧ ମହିଳାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର କରାଯିବ । ଯଦି ପରିବାରର ବୃଦ୍ଧ ମହିଳା କେହି ନାହାନ୍ତି ତେବେ ସବୁଠାରୁ ବୃଦ୍ଧ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ପ୍ରତି ବର୍ଷ ଏହି ସ୍କିମର ରିଭ୍ୟୁ କରାଯିବ ଯେଉଁଥିରୁ ଜଣାପଡିବ ଯେ, ଗରିବ ପରିବାରର ଆର୍ଥିକ ସ୍ଥିତି ଉପରେ ଏହାର କିପରି ପ୍ରଭାବ ପଡୁଛି । ଏଥିସହ ପ୍ରତି ବର୍ଷ ଗରିବ ପରିବାରର ସଂଖ୍ୟା ମଧ୍ୟ ସର୍ଭେ କରାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!