ଭୁବନେଶ୍ୱର,୫।୪: ରାଜ୍ୟରେ ୭ ଓ ୮ ତାରିଖରେ ବିସ୍ତୃତ ବର୍ଷା ହେବାର ସମ୍ଭାବନା|ରାଜ୍ୟ ସହ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭବ ହେବା ସହ ଶୁକ୍ରବାର ସାଢେ ୨ଟା ସୁଦ୍ଧା ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବା ରେକର୍ଡ କରାଯାଇଛି। ତେବେ ପ୍ରଚଣ୍ଡ ତାତି ମଧ୍ୟରେ ଆଗକୁ ବର୍ଷା ପାଇଁ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ଶୁକ୍ରବାର ପୂର୍ବାନୁମାନ କରିଛି। ପଶ୍ଚିମାଝଡ ପ୍ରଭାବରେ ବାୟୁ ମଣ୍ଡଳରେ ଏକ ନିମ୍ନ ଚାପ ରେଖା ସୃଷ୍ଟି ହେବାର ସମ୍ଭାବନା ଥିବା ସହ ଏହି ସମୟରେ ଗୁରୁଚାପ ପ୍ରଭାବରେ ପାଣିପାଗ ବିଭାଗର ସୂଚନାନୁସାରେ ରାଜ୍ୟରେ ୭ ଓ ୮ ତାରିଖରେ ବିସ୍ତୃତ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉତ୍ତମ ଓଡିଶାରେ ୭ ତାରିଖରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଜୁଳି ଘଡଘଡି ସହ ଝଡ ପବନ ୪୦ ରୁ ୫୦ କିମି ରହିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |