ଆସୁଛି ଆଉ ଏକ ମହାମାରୀ ,କରୋନାଠାରୁ ୧୦୦ ଗୁଣା ଅଧିକ ବିପଜ୍ଜନକ

ନୂଆଦିଲ୍ଲୀ,୫।୪:  ପୃଥିବୀ ଆଡକୁ ମାଡ଼ି ଆସୁଛି ଆଉ ଏକ ବଡ଼ ବିପଦ । କୋଭିଡ୍‌ ପରେ ଆଉ ଏକ ମହାମାରୀର ସାମ୍ନାକୁ କରିପାରନ୍ତି ବିଶ୍ୱବାସୀ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନୁସାରେ ଆଗକୁ ବାର୍ଡ ଫ୍ଲୁ ମହାମାରୀ ରୂପ ନେବାର ସମ୍ଭାବନା ରହିଛି। ତେବେ ସବୁଠାରୁ ଚିନ୍ତା ଜନକ କଥା ହେଉଛି ଏହା କରୋନା ଅପେକ୍ଷା ୧୦୦ ଗୁଣ ଅଧିକ ମାରାତ୍ମକ ହୋଇପାରେ ।ବାର୍ଡ ଫ୍ଲୁ ସଂକ୍ରମଣ ଖୁବ୍‌ଶୀଘ୍ର ମହାମାରୀର ରୂପ ନେଇପାରେ। ଏହାର ମୃତ୍ୟୁ ହାରକୁ ବିଚାର କଲେ ଏହା କରୋନା ମହାମାରୀ ଅପେକ୍ଷା ଶହେ ଗୁଣ ଅଧିକ ବିପଜ୍ଜନକ ହୋଇପାରେ। H5N1 ଭାଇରସ୍‌ ଏକ ଗୁରୁତର ପରିସ୍ଥିତି ଆଡକୁ ଗତି କରୁଛନ୍ତି ଏବଂ ଏହା ବିଶ୍ୱର ମହାମାରୀ ସୃଷ୍ଟି କରିପାରେ ବୋଲି ଭୟ ରହିଛି।ପିଟ୍ସବର୍ଗରେ ବାର୍ଡ ଫ୍ଲୁ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ଡା. ସୁରେଶ କୁଚିପୁଡି ଚେତାବନୀ ଦେଇଛନ୍ତି, H5N1 ଭାଇରସ୍‌ ମଣିଷ ସମେତ ବହୁ ସଂଖ୍ୟକ ସ୍ତନ୍ୟପାୟୀ ଜୀବଙ୍କୁ ସଂକ୍ରମିତ କରିପାରେ। ଏହି ଭାଇରସ୍‌ ସେହି ଦିଗରେ ଗତି କରୁଛି ଯେଉଁଠାରେ ଏହା ମହାମାରୀ ସୃଷ୍ଟି କରିପାରେ। ସେ କହିଛନ୍ତି ଯେ ପୃଥିବୀର ଅନେକ ସ୍ଥାନରେ ବାର୍ଡ ଫ୍ଲୁ ସଂକ୍ରମଣ ଏବେ ବି ଅଛି ଏବଂ ବହୁ ସଂଖ୍ୟକ ସ୍ତନ୍ୟପାୟୀ ପ୍ରାଣୀ ଏହା ଦ୍ୱାରା ସଂକ୍ରମିତ ହେଉଛନ୍ତି। ବର୍ତ୍ତମାନ ସମୟ ଆସିଛି ଯେ ଆମେ ଏହା ବିରୋଧରେ ପ୍ରସ୍ତୁତ ହେବା ଉଚିତ୍‌ ନଚେତ୍‌ ପରିସ୍ଥିତି ଗମ୍ଭୀର ହୋଇପାରେ।ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ୨୦୦୩ ପରଠାରୁ H5N1 ଭାଇରସ୍‌ ସଂକ୍ରମିତ ପ୍ରତ୍ୟେକ ୧୦୦ ରୋଗୀଙ୍କ ମଧ୍ୟରୁ ୫୨ ଜଣଙ୍କର ମୃତ୍ୟୁ ଘଟିଛି। ତେଣୁ H5N1ର ମୃତ୍ୟୁହାର ୫୦ ପ୍ରତିଶତରୁ ଅଧିକ ଅଟେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!