ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ସମୟ ବଦଳିଲା : କେନ୍ଦ୍ରାପଡ଼ା ଜିଲ୍ଲାପାଳ

ଭୁବନେଶ୍ୱର, ,୬।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହ   । ଆଜି ରାଜଧାନୀର ତାପମାତ୍ରା ୪୩.୫ ଡିଗ୍ରୀରେ ପହଞ୍ଚିବା ସହ ଭୁବନେଶ୍ୱର ଏସିଆର ଷଷ୍ଠ ଉତ୍ତପ୍ତ ସ୍ଥାନରେ ରହିଥିବା ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଏସିଆର ୧୦ଟି ଉତ୍ତପ୍ତ ତାଲିକାରେ ଭାରତର ୫ଟି ସହର ସ୍ଥାନ ପାଇଛି ।  ପ୍ରବଳ ତାତି କାରଣରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ସମସ୍ତ ସ୍କୁଲ ସମୟ ପରବର୍ତ୍ତନ କରାଯାଇଛି । ଜିଲ୍ଲାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ସକାଳ ୬.୩୦ରୁ ୧୦ଟା ପର୍ଯ୍ୟନ୍ତ ଚାଲିବ । ତା’ପରେ ସ୍କୁଲ ଛୁଟି କରିଦିଆଯିବ । ତେବେ ସ୍କୁଲ ପରିସରରେ ପର୍ଯ୍ୟାପ୍ତ ମାତ୍ରାରେ ପାନୀୟ ଜଳ ମହଜୁଦ୍ ରଖିବାକୁ ପରାମର୍ଶ ଦିଆଯାଇଛି । ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!