ଭୁବନେଶ୍ୱର,୧୫।୪: ରାଜ୍ୟର ୮ଟି ସହରରେ ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଛି । ତେବେ ରାଜଧାନୀ ଭୁବନେଶ୍ୱରରେ ହିଁ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ସାଢେ ୮ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୨.୬ଡିଗ୍ରୀ ରେକର୍ଡ କରାଯାଇଛି ।ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଆଉ ୭ଟି ସହର ମଧ୍ୟ ୩୦ ଡିଗ୍ରୀ ଉପରେ ରହିଛି । ତେବେ ପୁରୀ, ପାରାଦୀପ ଏବଂ କେନ୍ଦୁଝରରେ ୩୨ ଡିଗ୍ରୀ ଉରକ ପହଞ୍ଚିଛି ସର୍ବାଧିକ ତାପମାତ୍ରା ।ରାଜଧାନୀର ତାପମାତ୍ରା ୩୨.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାରାଦୀପ ୩୨ ଡିଗ୍ରୀ, ପୁରୀ ୩୨ଡିଗ୍ରୀ, କେନ୍ଦୁଝର ୩୨ଡିଗ୍ରୀ ବାଲେଶ୍ୱର ୩୧.୮ ଡିଗ୍ରୀ, ଚାନ୍ଦବାଲି ୩୧.୬ ଡିଗ୍ରୀ, ଝାରସୁଗୁଡା ୩୦.୮ ଡିଗ୍ରୀ, ହୀରାକୁଦ ୩୦. ୨ ଡିଗ୍ରୀ, ସମ୍ବଲପୁର ୩୦ ଡିଗ୍ରୀ, ରାଉରକେଲା ୩୦ ଡିଗ୍ରୀ ଓ ଗୋପାଳପୁରରେ ୨୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଜିଠାରୁ ଦିନର ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଗାମୀ ୬ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ କରିହେବ । ତେଣୁ ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାକୁ ହିଟୱେଭ ନେଇ ୟେଲୋ ୱଶର୍ଣ୍ଣିଂ ଜାରି ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |