ବିଜେପି ନେତା ଭବାନୀ ପଟେଲଙ୍କ ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼ ,୧୫ା୪:ବିଜେପି ନେତା ଭବାନୀ ପଟେଲଙ୍କ ଉପରକୁ ଗୁଳିମାଡ଼|ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା କୁଲବାରେ ଫୁଟିଲା ଗୁଳି। ଗତକାଲି ରାତି ସାଢେ ୯ଟାରେ୫ ଜଣ ଦୁର୍ବୃତ୍ତ ୨ଟି ବାଇକରେ ଆସି ଗାଁ ମଝିରେ କୁଲବାର ବିଜେପି ନେତା ଭବାନୀ ପଟେଲଙ୍କ ଉପରକୁ ଗୁଳି ଚଲାଇବା ସହ ତାଙ୍କ ପତ୍ନୀଙ୍କ ବେକରୁ ସୁନା ଚେନ୍ ଟାଣି ନେଇଥିଲେ। ଭବାନୀଙ୍କ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିଲେ।ଗାଁ ଲୋକେ ଦୁର୍ବୃତ୍ତମାନଙ୍କୁ କାବୁ କରିଥିଲେ। ଜଣେ ଫେରାର ହୋଇ ଯାଇଥିବାବେଳେ ୪ ଜଣକୁ ପୁଲିସ ଗିରଫ କରିଛି। ଜଣେ ଅଭିଯୁକ୍ତ ସମ୍ବଲପୁରର ଓ ଅନ୍ୟ ୩ ଜଣ ସୁନ୍ଦରଗଡ଼ ସହରର ବୋଲି ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ବେହେରା ସୂଚନା ଦେଇଛନ୍ତି। ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ହୋଇଥିବା ପୁଲିସ କହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!