ଆଜି ନିଲାମ ହେବ ମରୀଚିକୁଣ୍ତ ପାଣି

ଭୁବନେଶ୍ଵର,୧୫ା୪: ଆଜି  ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନେତ୍ରୋତ୍ସବ। ଚୈତ୍ର ମାସ ଶୁକ୍ଳପକ୍ଷ ସପ୍ତମୀରେ ଦିଅଁଙ୍କ ରୁକୁଣା ରଥରେ ନେତବନ୍ଧା ଯାଇ ରଥ ପ୍ରତିଷ୍ଠା ହୋଇଥାଏ। ସନ୍ଧ୍ୟା ଧୂପ ସରିବା ପରେ ରଥ କଳାରେ ରଥ ପ୍ରତିଷ୍ଠା କାମ ଆରମ୍ଭ ହେବ। ଏହାପୂର୍ବରୁ ମହାରଣା ସେବାୟତମାନେ ରଥ ନିର୍ମାଣ ସାରିବା ପରେ ଦରଜି ସେବାୟମାନେ ରଥରେ କପଡା ବାନ୍ଧିଥାନ୍ତି। ବଡୁ ସେବାୟତ ରଥ ପ୍ରତି​ଷ୍ଠା ପାଇଁ ମରୀଚି କୁଣ୍ଡରୁ ଜଳ ଆଣି ରଥଖଳାରେ ପହଞ୍ଚାଇବା ପରେ ମନ୍ଦିର କୂଳ ପୁରୋହିତ , ପୁରୀ ଗଜପତି ମହାରାଜାଙ୍କ  ରାଜଗୁରୁ ସ ୧୮ ଜଣ କ୍ଷେତ୍ରବାସୀ ସେବାୟତଙ୍କୁ ନେଇ ରଥ ପ୍ରତି​ଷ୍ଠା ହେବ। ସେପଟେ ନେତ୍ରୋତ୍ସବରେ ଏକାମ୍ରକ୍ଷେତ୍ରର ପ୍ରସିଦ୍ଧ ମୁକ୍ତେଶ୍ଵର  ମନ୍ଦିର ପରିସରରେ ତିବା ମରୀଚିକୁଣ୍ତ ମୁଖ୍ୟ ଆକର୍ଷଣ ସାଜିଥାଏ। ପରମ୍ପରା ମୁତାବକ ବଡୁ ନିଯୋଗ ପକ୍ଷରୁ ମରୀଚିକୁଣ୍ତର  ପାଣି ରୁକୁଣା ରଥ ପ୍ରତିଷ୍ଠା ପାଇଁ ଦେବା ପରେ ଏହାର ପାଣିକୁ ନିଲାମ କରାଯାଇଥାଏ। ମରୀଚି  କୁଣ୍ତ ପାଣି ନେବାକୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!