IPL-2024ରେ ଚମ୍ପିଆନ୍ କୋଲକାତା ,କବ୍‌ଜା କଲା IPL24 ଟ୍ରଫି

ନୂଆଦିଲ୍ଲୀ,,୨୭।୫: : ଆଇପିଏଲ-୨୦୨୪ରେ ତୃତୀୟ ଥର ଆଇପିଏଲ ଟ୍ରପି ହାତେଇଛି କୋଲକାତା ନାଇଟ ରାଇଡର୍ସ । ମେ ୨୬ରେ ଖେଳାଯାଇଥିବା ଆଇପିଏଲ ୨୦୨୪ର ଅନ୍ତିମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ। ଚେନ୍ନାଇର ଚେପାକ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଫାଇନାଲ ମ୍ୟାଚକୁ କୋଲକାତା ଅତି ସହଜରେ ଜିତିଥିଲା। ଏହା କୋଲକାତା ନାଇଟ ରାଇଡର୍ସର ତୃତୀୟ ଆଇପିଏଲ ଟାଇଟଲ ଥିଲା। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ପକ୍ଷରୁ ପାଟ୍ କିମନ୍ସ ସର୍ବାଧିକ ୨୪ ରନ କରିଥିବା ବେଳେ ମାର୍କ୍ରମ ୨୦ ରନ୍ କରିଥିଲେ। ଦଳ ୧୮ ଓଭର ୩ ବଲରେ ୧୧୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।ଫାଇନାଲ ଲଢେଇରେ ସନରାଇଜର୍ସ ହାଇଦ୍ରାବାଦକୁ ଚକମା ଦେଇ ବିଜୟ ମୁକୁଟ ପିନ୍ଧିଛି ଶ୍ରେୟସ ସେନା । ମିଚେଲ ଷ୍ଟାର୍କଙ୍କ ଦମଦାର ବୋଲିଂ ଏବଂ ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ବ୍ୟାଟିଂରେ କୋଲକାତା ହାଇଦ୍ରାବାଦକୁ ପରାସ୍ତ କରିଛି । କମିନ୍ସ ସେନାର ୧୧୪ ରନ୍ ଲକ୍ଷ୍ୟକୁ ମାତ୍ର ୧୧ ଓଭରରେ ହାସଲ କରି ତୃତୀୟ ଥର ପାଇଁ ଆଇପିଏଲ ଟ୍ରଫି ନିଜର କରିଛି କୋଲକାତା ।କୋଲକାତାର ବୈଭବ ଆରୋରା ୪ଟି ୱିକେଟ୍ ନେଇଥିଲେ। ୧୧୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ଦମଦାର ଓପନିଂ କରିଥିଲା। ଭେଙ୍କଟେସ୍ ଆୟର ୨୬ ବଲରୁ ଧୂଆଁଧାର ୫୨ ରନ କରିଥିବା ବେଳେ ରେହମାନୁଲ୍ଲା ୩୯ ରନ୍ କରିଥିଲେ।ଦଳ ମାତ୍ର ୧୦ ଓଭର ୩ ବଲରେ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ପୂର୍ବରୁ ୨୦୧୨ ଓ ୨୦୧୪ରେ ଗମ୍ଭୀରଙ୍କ ନେତୃତ୍ୱରେ କେକେଆର୍‌ ବିଜେତା ହୋଇଥିଲା।ବିଜେତା କେକେଆର୍‌କୁ ଟ୍ରଫି ସହ ୨୦ କୋଟି ଓ ରନର୍‌ଅପ୍‌ ହାଇଦ୍ରାବାଦ୍‌କୁ ୧୩ କୋଟି ଟଙ୍କା ପୁରସ୍କାର ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!