ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ବନ୍ଧା ହେଲେ ୨ ଅଭିଯୁକ୍ତ

ନୂଆଦିଲ୍ଲୀ,୨୭।୫:ଦିଲ୍ଲୀ ବିବେକ ବିହାର ସ୍ଥିତ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ସେଣ୍ଟରରେ ନିଆଁ ଲାଗି 6 ନବଜାତଙ୍କ ମୃତ୍ୟୁ ହୋଇଛି। ସମୁଦାୟ 12 ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ହିଁ 6 ଜଣଙ୍କ ମୃତ୍ୟୁ ହୋଇଛି ।  ଏହି ଘଟଣାର ତଦନ୍ତ ବେଳେ ଉକ୍ତ ବେବି କେୟାର ସେଣ୍ଟରରେ ସାଂଘାତିକ ତ୍ରୁଟି ଥିବା ଜଣାପଡ଼ିଛି। ଏପରିକି ହସ୍ପିଟାଲ କର୍ତ୍ତୃପକ୍ଷ ସମସ୍ତ ନିୟମକୁ ଆଖି ବୁଜିଦେଇ ସେଠାରେ ଶିଶୁଙ୍କ ଜୀବନ ସହ ଖେଳି ଚାଲିଥିଲେ। ଏହି ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ବାନ୍ଧିଛି।ବେବି କେୟାର ସେଣ୍ଟରର ଲାଇସେନ୍ସର ସମୟ ସୀମା ସରି ଯାଇଥିବା ବେଳେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିଲା। ଏଥିସହ ଉକ୍ତ ସେଣ୍ଟରରେ ଅନୁମତିଠୁ ଅଧିକ ପିଲାଙ୍କୁ ରଖି ଚିକିତ୍ସିତ କରାଯାଉଥିବା ବେଳେ ଡାକ୍ତରମାନଙ୍କର ଆବଶ୍ୟକ ଯୋଗ୍ୟତା ନ ଥିଲା।ଗତକାଲି ଦିଲ୍ଲୀ ପୁଲିସ୍‌ ଏହି ଘଟଣାରେ ଦୁଇ ଜଣଙ୍କୁ ବାନ୍ଧିଛି। ସେମାନଙ୍କ ମଧ୍ୟରେ ଜଣେ ବେବି କେୟାର ସେଣ୍ଟରର ମାଲିକ ଓ ଅନ୍ୟ ଜଣେ ସେଠାରେ କାର୍ଯ୍ୟରତ ଡାକ୍ତର ବୋଲି ଜଣାଯାଇଛି। ଗିରଫଦ୍ୱୟ ହେଲେ ଡା. ନଭୀନ ଖିଚି । ଉକ୍ତ ସମୟରେ ହସ୍ପିଟାଲରେ ସିଫ୍ଟ ଦାୟିତ୍ୱରେ ଥିବା ଡା. ଆକାଶଙ୍କୁ ବି ବାନ୍ଧିଛି ପୁଲିସ୍‌।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!