ଭୁବନେଶ୍ୱର,,୨୭।୫: ରାଜ୍ୟରେ ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ମହଙ୍ଗା ଭତ୍ତା (ଡିଏ)- ଗସ୍ତ ଖର୍ଚ୍ଚ (ଟିଏ) ପାଇବେ । ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ପରିଚାଳନାରେ ନିୟୋଜିତ ଥିବା ସରକାରୀ କର୍ମଚାରୀମାନେ ସେମାନଙ୍କର କାର୍ଯ୍ୟାଳୟର ମୁଖ୍ୟଙ୍କ ଠାରୁ ଟିଏ/ ଡିଏ ପାଇବେ । ଯେହେତୁ ସରକାରୀ କର୍ମଚାରୀମାନଙ୍କର ପେ-ସ୍କେଲର ସବିଶେଷ ତଥ୍ୟ ସେମାନେ କାର୍ଯ୍ୟରତ କାର୍ଯ୍ୟଳୟ ମୁଖ୍ୟଙ୍କ ଠାରେ ଉପଲବ୍ଧ ରହିଛି, ସେଥିପାଇଁ ସେମାନେ ଉକ୍ତ ପ୍ରାପ୍ୟ ଅର୍ଥ ବିଭାଗ ଟିଏ / ଡିଏ ସର୍କୁଲାର ଅନୁସାରେ ଅଫିସର ମୁଖ୍ୟଙ୍କ ଠାରୁ ପ୍ରାପ୍ତ ହେବେ । ଏ ସଂକ୍ରାନ୍ତରେ ଅର୍ଥ ବିଭାଗର ସହମତି କ୍ରମେ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ), ଓଡ଼ିଶାଙ୍କ ଦ୍ୱାରା ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |