ଭୁବନେଶ୍ୱର,୨୮।୫: ଚାନ୍ଦବାଲିରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ। ଚାନ୍ଦବାଲି ସଭାରେ ଆରମ୍ଭରୁ ଗର୍ଜିଲେ ଶାହ। ୪ ଜୁନ୍ ରେ ନବୀନବାବୁ ମୁଖ୍ୟମନ୍ତ୍ରୀରୁ ପୂର୍ବ ମୁଖ୍ୟମନ୍ତ୍ରୀ ହେବେ । ୫ପର୍ଯ୍ୟାୟରେ ମୋଦିଜୀ ୩୧୦ ସିଟ୍ ଜିତି ସାରିଲେଣି। ସପ୍ତମ ପର୍ଯ୍ୟାୟ ଶେଷ ସୁଦ୍ଧା ୪୦୦ ପାର୍ କରିବ ବିଜେପି । ୬ ପର୍ଯ୍ୟାୟ ସରିଲାଣି ୫ ପର୍ଯ୍ୟାୟର ରିପୋର୍ଟ ଅଛି। ୪ ଜୁନ ରେ ରେଜଲ୍ଟ ଆସିବ ନବୀନ ହେବେ ପୂର୍ବ ମୁଖ୍ୟମନ୍ତ୍ରୀ ।୭୫ ରୁ ଅଧିକ ସିଟ୍ ଜିତି ଡବଲ ଇଂଜିନ ସରକାର କରିବ ବିଜେପି। ୨୫ ବର୍ଷ ପରେ ଓଡ଼ିଶାକୁ ଓଡ଼ିଆ ଲେଖାପଢା ମୁଖ୍ୟମନ୍ତ୍ରୀ ମିଳିବ। ଓସଡ଼ିଶାକୁ ତାମିଲ ବାବୁ ନା ମୁଖ୍ୟମନ୍ତ୍ରୀ ପରିଚାଳନା କରିବେ ? ଏ ନିର୍ବାଚନ ଓଡ଼ିଆ ଅସ୍ମିତା, ଭାଷା, କଳା, ସ୍ୱାଭିମାନ ନିର୍ବାଚନ । ଜଣେ ତାମିଲବାବୁ ପରଦା ପଛରେ ରହି ଶାସନ କରିବେ କି ? ବିଜେପିକୁ ଭୋଟ ଦିଅନ୍ତୁ , ଆପଣଙ୍କ ଜନସେବକ ଏଠି ଶାସନ କରିବେ ବୋଲି କହିଲେ ଶାହ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |