ଭୁବନେଶ୍ୱର,୨୮ା୫: ଆସନ୍ତା ୨୯ ତରିଖରୁ ବି.ଏଡ, ବିଏଚଏଡ ଓ ଏମ.ଏଡ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ଆରମ୍ଭ ହେବ । ରାଜ୍ୟର ୩୧ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିବେ । ଚଳିତ ବର୍ଷ ଏହି ପ୍ରକ୍ରିୟାରେ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇଥିବା ବେଳ ୨ ବର୍ଷିଆ ବି.ଏଡ ଓ ଏମ.ଏଡ ପାଠ୍ୟକ୍ରମରେ ନାମଲେଖାଯିବ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାମ୍ସ ପୋର୍ଟାଲରେ ସୂଚନା ଦିଆଯାଇଛି ।ରାଜ୍ୟର ୩୧ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ବି.ଏଡ଼, ବିଏଚଏଡ଼ ଓ ଏମ.ଏଡ଼ ପାଠ୍ୟକ୍ରମ ନିମନ୍ତେ ମେ’ ୨୯ ତାରିଖରୁ ଆବେଦନ ଗ୍ରହଣ କରାଯିବ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କରେ ସାମସ ପୋର୍ଟାଲରେ ସୂଚନା ଦିଆଯାଇଛି। ଚଳିତ ବର୍ଷ ଏହି ପ୍ରକ୍ରିୟାରେ ଉତ୍କଳ ବିଶ୍ଵବିଦ୍ୟାଳୟକୁ ସାମିଲ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ୨ ବର୍ଷିଆ ବି.ଏଡ଼ ଓ ଏମ.ଏଡ଼ ପାଠ୍ୟକ୍ରମରେ ଆଡ଼ମିସନ ନିଆଯିବ।ସେହିପରି ଚଳିତ ଶିକ୍ଷା ବର୍ଷ ଠାରୁ କୋରାପୁଟର ଡ଼ିଏଭି କଲେଜ ଅଫ ଟିଚର ଏଜୁକେସନରେ ୧୦୦ଟି ଆସନରେ ୨ ବର୍ଷିଆ ବି.ଏଡ଼ ଓ ଏମ.ଏଡ଼ ପାଠ୍ୟକ୍ରମ, ସମ୍ବଲପୁର ଡଃ ପର୍ଶୁରାମ ମିଶ୍ର ଇନଷ୍ଟିଟ୍ୟୁଟ ଅଫ ଆଡ଼ଭାନ୍ସଡ଼ ଷ୍ଟଡ଼ିଜ ଇନ ଏଜୁକେସନରେ ୫୦ଟି ଆସନରେ ୨ ବର୍ଷିଆ ଏମ.ଏଡ଼ ପାଠ୍ୟକ୍ରମ ଓ ଅନୁଗୁଳ ନବକୃଷ୍ଣ ଚୌଧୁରୀ କଲେଜ ଅଫ ଟିଚର ଏଜୁକେସନରେ ୨ ବର୍ଷିଆ ଏମ.ଏଡ଼ ପାଠ୍ୟକ୍ରମକୁ ସାମିଲ କରାଯାଇଛି। ଏହିସବୁ ପାଠ୍ୟକ୍ରମ ପାଇଁ ୨ଟି ପର୍ଯ୍ୟାୟରେ ଆଡ଼ମିସନ ହେବ।ଆଶାୟୀ ଛାତ୍ରଛାତ୍ରୀମାନେ ସାମସ ପୋର୍ଟାଲରେ ଅନଲାଇନ ଜରିଆରେ ଜୁନ ୧୦ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଜୁଲାଇ ୨୪ରେ ବି.ଏଡ଼, ବିଏଚଏଡ଼ ଓ ୨୫ରେ ଏମ.ଏଡ଼ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନ କରିଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୧୫ ତାରିଖ ପୂର୍ବାହ୍ନ ୧୧ଟା ପରେ ସାମ୍ସ ପୋର୍ଟାଲରୁ ଆଡମିଟ କାର୍ଡ ଡାଉନଲୋଡ଼ କରିପାରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |