କୋଲକାତା,୨୮ା୫:ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ରେମାଲ ରବିବାର ରାତିରେ ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ତାଣ୍ଡବ ରଚିଛି। ବାତ୍ୟାରେ କାନ୍ଥ ଓ ଗଛଡାଳ ପଡ଼ି ପଶ୍ଚିମବଙ୍ଗରେ ୨ ଜଣ ଏବଂ ବାଂଲାଦେଶରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପଶ୍ଚିମବଙ୍ଗରେ ୧୫ ହଜାରରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବାବେଳେ ବହୁ ଲୋକ ପ୍ରଭାବି ଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କୁ ସମସ୍ତ ପ୍ରକାର ସହାୟତା କରିବା ପାଇଁ ପ୍ରଶାସନ ଚେଷ୍ଟା କରୁଛି।ବାତ୍ୟା ରେମାଲ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲେ ମଧ୍ୟ ଏହାର ପ୍ରଭାବ ଆସାମ ଓ ମିଜୋରାମ ପଡିଛି। ବାତ୍ୟା ପ୍ରଭାବରେ ଲଗାଣ ବର୍ଷା କାରଣରୁ ଏହି ଦୁଇ ରାଜ୍ୟରେ ଜୀବନହାନୀ ସହ କ୍ଷୟକ୍ଷତି ଘଟିଛି।ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ମିଜୋରାମ ଏବଂ ଆସାମରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ଓ ଗଛ ପଡ଼ି ଅତି କମରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ନିଖୋଜ |ମିଜୋରାମର ଜଣେ ଅଧିକାରୀ ଦେଇଥିବା ସୂଚନା ଅନୁସାରେ, ଭୂସ୍ଖଳନ କାରଣରୁ ତିନୋଟି ସ୍ଥାନରେ ହଲିମେନ(୩), ଫାଲକାଉନରେ(୨) ଏବଂ ସାଲେମ ଭେଙ୍ଗରେ(୨) ଜଣଙ୍କ ମୃତ୍ୟୁ ଘଟିଛି।ସେହିପରି ଆସାମରେ ସ୍କୁଲ୍ ବସ୍ ଉପରେ ଗଛ ପଡ଼ିଯିବାରୁ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୧୭ ଜଣ ଆହତ ହୋଇଛନ୍ତି। ଏଥିସହ ଅନେକ ସ୍ଥାନରେ ବିଦ୍ୟୁତଖୁଣ୍ଟି ଉପୁଡ଼ିଯାଇଛି। ଓଡ଼ିଶା ଗସ୍ତରେ ଥିବା ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କୁ ସମସ୍ତ ପ୍ରକାର ସହାୟତା କରିବା ପାଇଁ ପ୍ରଶାସନ ଚେଷ୍ଟା କରୁଛି। ମିଜୋରାମର ଆଇଜ୍ୱଲ ଜିଲ୍ଲାର ମେଲଥମର ଏକ ପଥର ଖଣିରୁ ୧୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ୭ ଜଣ ଏବେ ବି ନିଖୋଜ ଅଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |