ଭୁବନେଶ୍ୱର,,୨୯।୫: ବାରିପଦାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁସେନା ସ୍ୱତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ବାରିପଦାରେ ପହଞ୍ଚିଛନ୍ତି । ବାରିପଦା ଛଉ ପଡିଆରେ ସେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ପରେ ବାଲେଶ୍ୱର ଓ କେନ୍ଦ୍ରାପଡାରେ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟକ୍ରମ ରହିଛି । ଦେଶରେ ଲୋକସଭା ନିର୍ବାଚନର ୭ଟି ପର୍ଯ୍ୟାୟ ୬ଟି ପର୍ଯ୍ୟାୟ ଶେଷ ହୋଇଛି ଓ ଆଉ ଗୋଟିଏ ପର୍ଯ୍ୟାୟ ବାକି ରହିଛି । ଓଡିଶାରେ ଜୁନ୍ ୧ରେ କିଛି ଲୋକସଭା ଓ ବିଧାନସଭା ଆସନ ଲାଗି ଶେଷ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିଲାଗି ୨ ଦିନ ନିର୍ବାଚନ ପ୍ରଚାର ଜାରି ରହିଥିବା ବେଳେ କେନ୍ଦ୍ର ନେତାଙ୍କ ସହିତ ବିଜେଡି ଓ କଂଗ୍ରେସ ମଧ୍ୟ ଏହାର ପ୍ରଚାର ଅଭିଯାନ ଜାରି ରଖିଛି ।ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟର ବହୁତ ଅବନତି ହେଲାଣି। ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି। ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ ଯଦି କିଛି ଷଡ଼ଯନ୍ତ୍ର ଅଛି ତାହା ଜାଣିବାର ଅଧିକାର ସାରା ଓଡ଼ିଶା ଲୋକଙ୍କ ଅଛି।’ ଆଜି ବାରିପଦାରେ ନିର୍ବାଚନ ପ୍ରଚାର ସଭାରେ ନବୀନ ପଟ୍ଟନାୟକଙ୍କ ପାଖ ଲୋକଙ୍କୁ ଏପରି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।ଓଡ଼ିଶାରେ ନିଜ ନିର୍ବାଚନୀ ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଅଚାନକ କିପରି ତାଙ୍କ ଖରାପ ହେଲା,ତାହାର ଯାଞ୍ଚ କରାଯିବ । ବିଜେପି ସରକାର ଆସିଲେ ଏହାର ସତ ସାମନାକୁ ଆସିବ । ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ଏଥିରେ ହାତ ଅଛି କି ନାହିଁ ତାହାର ବି ଯାଞ୍ଚ କରାଯିବ ବୋଲି କହିଛନ୍ତି ମୋଦି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |