ଆଜି ନିମାପଡ଼ାରେ ମେଗା ରୋଡ୍‌ ଶୋ’ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିମାପଡ଼ାରେ ନିର୍ବାଚନ ପ୍ରଚାର କରିବେ। ଏଠାରେ ସେ ବିଶାଳ ରୋଡ୍‌ ଶୋ’ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ଆଜି ଅପରାହ୍ନ ସାଢ଼େ ୫ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ବାହାରି ନିମାପଡ଼ାରେ ପହଞ୍ଚିବେ। ଏହାପରେ ସେ ଗୁଲଗୁଲା ଛକରୁ ରୋଡ୍‌ ଶୋ’ କରିବେ। ପରେ ସେ ଏଚ୍‌ଡିଏଫ୍‌ସି ଛକ, ପୁରୁଣା ବସ୍‌ଷ୍ଟାଣ୍ଡ, ଜୟଶ୍ରୀ ଛକ ଯାଏ ଯିବେ। ବମ୍ବେ ଢ଼ାବା ଛକରେ ଆୟୋଜିତ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ସନ୍ଧ୍ୟା ୭.୩୦ରେ ରୋଡ୍‌ ଶେଷ ହେବା ପରେ ସେ ଭୁବନେଶ୍ୱର ଫେରିବେ ବୋଲି ଜଣାପଡ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!