ପୁରୀ ବାଣ ବିସ୍ଫୋରଣ ଘଟଣା; ଚିକିତ୍ସାଧୀନ ଆଉ ୨ ଜଣଙ୍କ ମୃତ୍ୟୁ

ପୁରୀ, ୩୧।୫: ପବିତ୍ର ଚନ୍ଦନ ଯାତ୍ରାର ଭଉଁରୀ ଅବସରରେ ଚାଲିଥିଲା ମହାପ୍ରଭୁଙ୍କ ଚାପ ଖେଳ । ପୁଷ୍କରିଣୀ ଚାରିପଟେ ଭକ୍ତିରେ ତଲ୍ଲିନ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼ । ହଠାତ୍ ଦେବୀ ଘାଟ ଦସତୁଠ ନିକଟରେ ହେଲା ବଡ଼ ଧରଣର ବିସ୍ଫୋରଣ । ଚାପ ଖେଳ ବେଳେ ଫୁଟା ଯାଉଥିବା ବାଣ ସବୁ ଏକାସଙ୍ଗେ ଫୁଟିଯାଇଥିଲା । ଆଉ ଦେଖୁ ଦେଖି ବାଣ ନିଆଁ ଆସି ଶ୍ରଦ୍ଧାଳୁଙ୍କ ଦେହରେ ପଡିଥିଲା । ନିମିଷକ ମଧ୍ୟରେ ନିଆଁରେ ପୋଡି ଯାଇଥିଲେ ପିଲାଠୁ ବଡ଼, ୩୦ରୁ ଅଧିକ ଶ୍ରଦ୍ଧାଳୁ ।ପୁରୀ ବାଣ ବିସ୍ଫୋରଣ ଟ୍ରାଜେଡିରେ ବଢ଼ିଲା ମୃତ୍ୟୁସଂଖ୍ୟା । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସକାଳେ ଜଣେ ଆହତ ଆଖି ବୁଜିଥିଲେ । ମୃତକମାନେ ହେଲେ ଖଣ୍ଡିଆବନ୍ଧରର ହେମନ୍ତ ସାହୁ, ନରେନ୍ଦ୍ର କୋଣର ଷଷ୍ଠ ଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନସାହୁ ଓ ଅନ୍ୟ ଜଣେହେଲେ ଖଣ୍ଡିଆବନ୍ଧର ୪ ବର୍ଷର ନାବାଳିକା ସମୃଦ୍ଧି ସାହୁ ।ଏମାନଙ୍କୁ ମିଶାଇ ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ୨୪ ଜଣ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ରାଶି ଦେବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଦୁଇ ଦିନ ତଳେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ହୋଇଥିଲା ।ବାଣ ବିସ୍ଫୋରଣ ପରେ ଜୀବନ ବଂଚାଇବାକୁ ନରେନ୍ଦ୍ର ପୁଷ୍କରିଣୀ ଭିତରକୁ ଡେଇଁପଡିଥିଲେ ଅନେକ । ବାଣ ନିଆଁ ଲାଗି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ୩୦ରୁ ଅଧିକ ଆହତ । କଟକ SCBରେ କିଛି ଗୁରୁତର ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେତେକଙ୍କର ଶରୀର ଶତ ପ୍ରତିଶତ ଜଳି ଯାଇଥିବା ବେଳେ ଆଉ ଜଣଙ୍କ ଶରୀରର ୬୦ ପ୍ରତିଶତ ପୋଡିଯାଇଛି ।ଭୁବନେଶ୍ୱରର ଏକାଧିକ ଘରୋଇ ହସ୍ପିଟାଲରେ ବି କିଛି ଆହତଙ୍କ ଚିକିତ୍ସା ଚାଲିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!