ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୩ା୬ :-ପୋଲିସ ପଞ୍ଜାରେ 13 ଡକାୟତ ଗ୍ୟାଙ୍ଗ,ଜବତ ହୋଇଛି ଅନେକ ବ୍ୟବହୃତ ମାରଣାସ୍ତ୍ର । ନବରଙ୍ଗପୁର ପୋଲିସ ହାତରେ ଡକାୟତ ଦଳ ଧରାପଡିଲେ । ଏନେଇ ନବରଙ୍ଗପୁର ଏସ୍ସି ରୋହିତ ବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।ସୂଚନା ଥାଉକି ଗତ 14 ତାରିଖ ରାତିରେ ଡଙ୍ଗରଭେଜା ସ୍ଥିତ ସୁନୀଲ ସାହୁଙ୍କ ଘରେ ଭଡାରେ ଥିବା ରୋହିତ ବେହେରାଙ୍କ ଘରେ ଡକାୟତ ହୋଇଥିଲା । ପ୍ରାୟ 7 ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା ଅଭିଯୋଗ କୁ ଭିତ୍ତି କରି ନବରଙ୍ଗପୁର ଏସ୍ପି ଏକ ଟିମ ଗଠନ କରି ଏହି ଡକାୟତ ଦଳକୁ ଧରିବାରେ ସଫଳ ହୋଇଛନ୍ତି ।ଡକାୟତ କରିବା ସମୟରେ ଯେଉଁସବୁ ମାରଣାସ୍ତ୍ର ବ୍ୟବହୃତ ହୋଇଥିଲା ତାହାକୁ ଜବତ କରିବା ସହ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍ପି ରୋହିତ ବର୍ମା କହିଛନ୍ତି ।ପୋଲିସ ର ଏପରି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |