ସମ୍ବଲପୁର,୩ା୬: ଛଡିଶଗଡ଼ରୁ ପୁରୀ ଯାଉଥିବା ବେଳେ ଅଘଟଣ ଘଟିଛି ।ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଝାଙ୍କରପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ପରିଚୟ ମିଳିନାହିଁ। ଛତିଶଗଡ଼ରୁ ପୁରୀ ଯାତ୍ରା କରୁଥିବା ବୋଲେରୋଟି ସମ୍ବଲପୁର ଜିଲ୍ଲା ଝାଙ୍କରପାଲି ନିକଟରେ ନିର୍ମାଣ ହେଉଥିବା ବ୍ରିଜରୁ ତଳକୁ ଖସି ପଡିଥିଲା । ଏହା ଖସିପଡିବା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଏବଂ ପୋଲିସକୁ ଖବର ଦେଇଥିଲେ । ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତଙ୍କୁ ହସ୍ପିଟାଲ ପଠାଯିବା ପରେ ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ଅନ୍ୟ ୧୦ ଜଣ ଆହତ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ଗତକାଲି ବିଳମ୍ବିତ ରାତିରେ ଛତିଶଗଡର କିଛି ଲୋକ ବୋଲେରୋ ଯୋଗେ ପୁରୀ ଅଭିମୁଖେ ଯାଉଥିଲେ। ଭୁଲ ବଶତଃ ଗାଡ଼ିଟି ନିର୍ମାଣାଧୀନ ବ୍ରିଜ ଚଢ଼ିଯାଇ ୩୦ ଫୁଟ ଉଚ୍ଚତାରୁ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |