ଆସନ୍ତାକାଲି ଭୋଟ ଗଣତି, କଡ଼ା ସୁରକ୍ଷାରେ ରହିଛି ଇଭିଏମ୍ ଓ ଭିଭିପାଟ୍

ଭୁବନେଶ୍ୱର,୩।୬:ଆସନ୍ତାକାଲି ଭୋଟ ଗଣତି । ଆସିବ ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳ । ଏହା ପୂର୍ବରୁ ରାଜ୍ୟର ୬୯ଟି ସ୍ଥାନରେ ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷାରେ ରହିଛି ଇଭିଏମ୍ ଓ ଭିଭିପାଟ୍। ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ୍। ଷ୍ଟ୍ରଙ୍ଗ ରୁମ୍ ବାହାରେ ଦିନ ରାତି ପଇଁତରା ମାରୁଛନ୍ତି ପୁଲିସ ।ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟରେ ରହିଛି ଇଭିଏମ। ଉଭୟ CAPF ଓ ଷ୍ଟେଟ୍ ଆର୍ମଡ଼ ପୁଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ ଦାୟିତ୍ୱରେ ରହିଛନ୍ତି।ସେପଟେ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ବଜାୟ ରଖିବାକୁ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନ। ଜୁନ୍ ୬ ପର୍ଯ୍ୟନ୍ତ ଓଡ଼ିଶାରେ ମୁତୟନ ରହିବେ ଅଧିକ ୭୦ କମ୍ପାନୀ CAPF। ଷ୍ଟ୍ରଙ୍ଗରୁମ୍, କାଉଣ୍ଟିଂ ସେଣ୍ଟରରେ ୨୫ କମ୍ପାନୀ ମୁତୟନ ନେଇ ନିଷ୍ପତ୍ତି ହୋଇଥିଲା। ତେବେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳାକୁ ଦେଖି ଅଧିକ CAPF ମୁତୟନ ନିଷ୍ପତ୍ତି ନିଆଯାଇଛି।ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ । ଉଭୟ CAPF ଓ ଷ୍ଟେଟ୍ ଆର୍ମଡ଼ ପୋଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ୍‌ ଦାୟିତ୍ୱରେ ରହିଛନ୍ତି । ସେପଟେ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ବଜାୟ ରଖିବାକୁ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନ । ଜୁନ୍ ୬ ପର୍ଯ୍ୟନ୍ତ ଓଡ଼ିଶାରେ ମୁତୟନ ରହିବେ ଅଧିକ ୭୦ କମ୍ପାନୀ CAPF । ଷ୍ଟ୍ରଙ୍ଗରୁମ୍, କାଉଣ୍ଟିଂ ସେଣ୍ଟରରେ ୨୫ କମ୍ପାନୀ ମୁତୟନ ନେଇ ନିଷ୍ପତ୍ତି ହୋଇଥିଲା । ତେବେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳାକୁ ଦେଖି ଅଧିକ CAPF ମୁତୟନ ନିଷ୍ପତ୍ତି ନିଆଯାଇଛି ।ସେପଟେ ବାରିପଦାରେ କଡ଼ା ସୁରକ୍ଷାରେ ରଖାଯାଇଛି ଇଭିଏମ୍‌ । ତ୍ରିସ୍ତରୀୟ ସୁରକ୍ଷା ସତ୍ତ୍ୱେ ଷ୍ଟ୍ରଙ୍ଗ ରୁମ୍ ବାହାରେ ପାଳି କରି ଜଗୁଛନ୍ତି ପ୍ରାର୍ଥୀ ଏବଂ ସମର୍ଥକ। ମୟୂରଭଞ୍ଜ ଜିଲ୍ଲାର ୧୩ ଲୋକସଭା ପ୍ରାର୍ଥୀ ଏବଂ ୯୦ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ । ବାରିପଦାର ଏମପିସି ଅଟୋନୋମସ୍ କଲେଜ, ବିଇଡି କଲେଜ୍ ପରିସରରେ ହୋଇଥିବା ଷ୍ଟ୍ରଙ୍ଗରୁମରେ ରଖାଯାଇଛି ଇଭିଏମ୍‌ । କଡ଼ା ପୋଲିସ ସୁରକ୍ଷା, ସିସିଟିଭି କ୍ୟାମେରା ନଜରରେ ରହିଛି ଇଭିଏମ୍‌ । ଯେଭଳି କୌଣସି ହେରଫେର୍ ନ ହୁଏ ସେଥିପାଇଁ ପ୍ରାର୍ଥୀ ଓ ସମର୍ଥକ ଜଗି ବସିଛନ୍ତି ।ସେହିପରି ବ୍ରହ୍ମପୁର ସରକାରୀ ମହିଳା ପଲିଟେକନିକ୍ ଓ ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ପରିସରରେ ହୋଇଛି ଷ୍ଟ୍ରଙ୍ଗ ରୁମ୍‌ । ଏଠାରେ ଚିକିଟି, ବ୍ରହ୍ମପୁର, ସାନଖେମୁଣ୍ଡି, ଦିଗପହଣ୍ଡି ଓ ଗୋପାଳପୁର ବିଧାନସଭା ପାଇଁ ୫ଟି ଷ୍ଟ୍ରଙ୍ଗରୁମ୍‌ ହୋଇଛି । ଷ୍ଟ୍ରଙ୍ଗରୁମ୍ ଗୁଡ଼ିକରେ ତାଲା ପଡ଼ିଥିବା ବେଳେ ସିସିଟିଭି ସର୍ଭିଲାନ୍ସ ଓ ସଶସ୍ତ୍ର ପୋଲିସ ବାହିନୀର ନିରୀକ୍ଷଣରେ ରହିଛି । ତାସହ ଦଳୀୟ କର୍ମୀ ବି ବାହାରେ ଡେରା ପକାଇଛନ୍ତି ଯେଭଳି କୌଣସି ହେରଫେର୍ ନ ହୁଏ । ଏଥିପାଇଁ ପାଳି କରି ୮ ଘଣ୍ଟା ଲେଖାଏଁ ଦିନ ରାତି ଜଗି ରହୁଛନ୍ତି କର୍ମୀ । ଏହା ଭିତରେ ନିର୍ବାଚନ ପର୍ଯ୍ୟବେକ୍ଷକ, ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମେତ ୫ଟି ଅଞ୍ଚଳର ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀମାନେ ଆସି ତଦାରଖ କରୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!