ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର,୨୧।୬: ରାଜଧାନୀ ଭୁବନେଶ୍ୱରରେ ବୀଭତ୍ସ ହତ୍ୟାକାଣ୍ଡ। ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଇଞ୍ଜିନିୟରିଂ କଲେଜ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି।   ଜଣେ ଘର ମାଲିକଙ୍କୁ ହତ୍ୟା କରିଛି ଭଡ଼ାଟିଆ। ଭୁବନେଶ୍ୱରର ତମାଣ୍ଡୋ ଥାନା ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ। ତମାଣ୍ଡୋ ଅଞ୍ଚଳରେ ଥିବା ସିଭି ରମଣ ଇଞ୍ଜିନିୟରିଂ କଲେଜ ନିକଟ ରାସ୍ତାପାର୍ଶ୍ବରୁ ଘର ମାଲିକ ସୁଶାନ୍ତ ଶତପଥୀଙ୍କ ମୃତଦେହ ମିଳିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ସୁଶାନ୍ତଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି। ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।ସୂଚନା ମୁତାବକ ମୃତକ ସୁଶାନ୍ତ ଶତପଥି ହୋଇଥିବା ସୂଚନା ମିଳିଛି । ରକ୍ତାକ୍ତ ଅବସ୍ଥାରେ ମୃତଦେହ ଜବତ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି । ଜଣେ ୩୫ ବର୍ଷୀୟ ଯୁବକ ତାଙ୍କ ପାଖରେ ଭଡାଟିଆ ରଖିଥିଲେ‌ । ସେ ଏହି ହତ୍ୟା କରିଛି ବୋଲି ଅନୁମାନ କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!