ବବି ଦାସଙ୍କ ସରକାରୀ କ୍ୱାର୍ଟର ଭଙ୍ଗାଯିବା ଘଟଣା

ଭୁବନେଶ୍ୱର,୨୫।୬: ବିଜେଡି ନେନତା ପ୍ରଣବ ପ୍ରକାଶ ଦାସଙ୍କ କ୍ୱାର୍ଟର୍ସ ଦେଖିବା ପରେ ଜିଏ ଅଧିକାରୀ ବଡ଼ ସୂଚନା ଦେଇଛନ୍ତି। ଜିଏ ଅଧିକାରୀ କହିଛନ୍ତି, ନିର୍ମାଣ ପାଇଁ ଅନୁମତି ନ ଥିଲେ କାର୍ଯ୍ୟାନୁଷ୍ଠାନ ହେବ। ମୂଳ କ୍ୱାର୍ଟର୍ସ ଯାହା ଯେମିତି ଥିଲା, ସେମିତି ରହିଛି । ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଜିଏ ଅଧିକାରୀ ବୁଲିକି ସବୁ ଦେଖିପ୍ରାୟ ୨ ହଜାର ବର୍ଗଫୁଟର ଷ୍ଟିଲ ଷ୍ଟ୍ରକଚର ନିର୍ମାଣ କରାଯାଇଛି। ନିର୍ମାଣ କରାଯାଇଥିବା ଏହି ଷ୍ଟ୍ରକଚର ଦୁଇଟି ଭଙ୍ଗାଯାଇଛି। ଏ ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା କି ନାହିଁ ତଦନ୍ତ ହେବ। ଯଦି ନିର୍ମାଣ ବେଆଇନ ହୋଇଥିବ, ତା’ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଏ ଅଧିକାରୀ କହିଛନ୍ତି।ବବିଙ୍କ କ୍ୱାର୍ଟର୍ସ ଭିତରେ ନିର୍ମାଣ ଭଙ୍ଗାକୁ ନେଇ ବିବାଦ ଦେଖାଦେଇଛି। କାହିଁକି ନିର୍ମାଣ ହୋଇଥିଲା ଏବଂ କାହିଁକି ଭଙ୍ଗାଯାଉଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ କ୍ୱାର୍ଟର୍ସରେ ଜିଏ ଅଧିକାରୀ । ଜିଏ ବିଭାଗର ୩ ଅଧିକାରୀ ବବିଙ୍କ କ୍ୱାର୍ଟର୍ସ ଭିତରକୁ ଗଲେ । ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଭିତରେ ବୁଲିଲେ ଜିଏ ଅଧିକାରୀ ।ବିଜୁ ଜନତା ଦଳ (ବିଜେଡି) ସାଂଗଠନିକ ସଂପାଦକ ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ  ସାଧାରଣ ପ୍ରଶାସନ ବିଭାଗର ୩ ଜଣ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି। ଏହି ଅଧିକାରୀମାନେ ଆଜି ଅପରାହ୍‌ଣରେ ସରକାରୀ କ୍ବାର୍ଟରରେ ପହଂଚି ବାସଭବନ ଭିତରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସରକାରୀ ବାସଭବନ ବୁଲି ଦେଖିବା ସହ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି।ସେପଟେ ଆବଂଟିତ ହୋଇଥିବା ସରକାରୀ କ୍ୱାର୍ଟର ଭଂଗା ଘଟଣାରେ ମୁହଁ ପ୍ରଣବ ପ୍ରକାଶ ଦାସ ଖୋଲିଛନ୍ତି। ସେ କହିଛନ୍ତି, ୧୫ ତାରିଖ ଯାଏ ଏହି ବାସଭବନ ତାଙ୍କ ପାଖରେ ରହିଛି। ସେ ଯେପରି କ୍ୱାର୍ଟର ପାଇଥିଲେ ସେହିପରି ଫେରାଇବେ। ଏହା ତାଙ୍କର ଦାୟିତ୍ୱ । ତେଣୁ କ୍ୱାର୍ଟରର ପୂର୍ବ ଅବସ୍ଥା ଫେରାଇ ଅଣାଯିବ ପାଇଁ ଭଂଗା ହେଉଛି ବୋଲି ଜଣାପଡିଛି। ଦଳୀୟ କାମ ପାଇଁ ଅନେକ ଲୋକ ସରକାରୀ କ୍ୱାର୍ଟରକୁ ଆସୁଥିଲେ। ତେଣୁ ଆବଶ୍ୟକ ଅନୁମତି ଅନୁଯାୟୀ କ୍ୱାର୍ଟର ଭିତରେ ଘର ବଢାଇଥିଲେ। ଏବେ ପ୍ରଣବଙ୍କ କ୍ୱାର୍ଟର ଗେଟରେ ତାଲା ପଡ଼ିଛି। ଭିତରେ କିଛି ଶ୍ରମିକ ଘର ଭାଂଗୁଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!