ପୁରୀ,୨୫।୬: ଚଳିତବର୍ଷ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଛି। ତେଣୁ ୧୯୭୧ ମସିହାରେ ହୋଇଥିବା ନୀତିକାନ୍ତି ଅନୁସାରେ ଏଥର ମହାପ୍ରଭୁଙ୍କ ରଥଯାତ୍ରା ହେବ। ନିଷ୍ପତ୍ତି ଅନୁସାରେ ଜୁଲାଇ ୭ ତାରିଖ ଅପରାହ୍ନ ୫ଟାରେ ରଥ ଟଣାଯିବ। ଦିନ ୧ଟା ୧୦ ମିନିଟ୍ରେ ପହଣ୍ଡି ଆରମ୍ଭ ହୋଇ ସାଢେ ଦୁଇଟାରେ ଶେଷ ହେବ। ତା’ପୂର୍ବଦିନ ଅର୍ଥାତ ଜୁଲାଇ ୬ ତାରିଖରେ ସକାଳ ଧୂପ ପରେ ପଟିଦିଅଁଙ୍କଠାରୁ ରଥ ଖଳାକୁ ଆଜ୍ଞାମାଳ ବିଜେ କରାଯିବ। ସନ୍ଧ୍ୟା ଧୂପ ପରେ ଧ୍ୱଜା ଆଜ୍ଞାମାଳ ବିଜେ କରିବ।ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତିକୁ ଅନୁରୂପ ରଖିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି । ରଥଯାତ୍ରା ବ୍ୟବସ୍ଥାବଳି ଓ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି କମିଟି । ତେବେ ନୀତି ତ୍ୱରାନ୍ବିତ କରିବାକୁ ହେଲେ ନବ ଯୌବନ ଦର୍ଶନ ବନ୍ଦ କରିବାକୁ ନିଷ୍ପତି ହୋଇଛି । ଏହାସହ ନୀତିର ଯଥେଷ୍ଟ ପୂର୍ବରୁ ସେବାୟତମାନେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଏପରି ବଡ଼ ନିଷ୍ପତ୍ତି ନିଆଯାଇଛି। ସେହିପରି ପହଣ୍ଡି ବିଜେ ଦର୍ଶନ ଲାଗି ମଧ୍ୟ ଟିକେଟ ମିଳିବ ନାହିଁ। ଏଥର ପଟି ଦିଅଁଙ୍କଠାରୁ ଆଜ୍ଞାମାଳ ବିଜେ ହୋଇ ସାରିବା ପରେ ରଥଟଣା ଆରମ୍ଭ ହେବ। ଅପରାହ୍ନ ୫ଟାରେ ରଥଟଣା ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |