ନୂଆଦିଲ୍ଲୀ, ୨୯।୦୬:ପେପର୍ ଲିକ୍ ବିବାଦ ଭିତରେ ଏନଟିଏ ପକ୍ଷରୁ ପୁଣିଥରେ ୟୁଜିସି-ନେଟ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୟୁଜିସି ନେଟ୍ ପାଇଁ ନୂଆ ତାରିଖ ଘୋଷଣା କଲା ଏନଟିଏ । ଏଥିସହ ଜଏଣ୍ଟ ସିଏସଆଇଆର ୟୁଜିସି-ନେଟ୍ ତାରିଖ ମଧ୍ୟ ଘୋଷଣା ହୋଇଛି । ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ ପରୀକ୍ଷା କରାଯିବ । ପରୀକ୍ଷାରେ ସ୍ୱଚ୍ଛତା ପାଇଁ କମ୍ପ୍ୟୁଟର ବେସଡ୍ ଟେଷ୍ଟ ଫର୍ମାଟରେ ଉଭୟ ପରୀକ୍ଷା ନିଆଯିବ । ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ୨୧ଅଗଷ୍ଟରୁ ୪ ସେପ୍ଟେମ୍ବର ମଧ୍ୟରେ ଅନଲାଇନ ପରୀକ୍ଷା କରାଯିବ।ଗତ ୧୮ ତାରିଖରେ ହୋଇଥିବା ୟୁଜିସି ନେଟ ପରୀକ୍ଷା ପେପର ଲିକ ନେଇ ସଙ୍କେତ ମିଳିବା ପରେ NTA ପକ୍ଷରୁ ପରୀକ୍ଷା ରଦ୍ଦ କରାଯାଇଥିଲା। ଏନଟିଏ ପକ୍ଷରୁ ପୁଣି ଥରେ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ତିନୋଟି ପରୀକ୍ଷା ହେବା ନେଇ ଘୋଷଣା କରାଯାଇଛି।ଏନସିଇଟି, ଜଏଣ୍ଟ CSIR ୟୁଜିସି ନେଟ ଏବଂ ୟୁଜିସି ନେଟ୍ ପରୀକ୍ଷା ଅନଲାଇନରେ କରାଯିବ। ଏନସିଇଟି ପରୀକ୍ଷା ଜୁଲାଇ ୧୦ରେ ତାରିଖରେ କରାଯିବ। ଜଏଣ୍ଟ CSIR ୟୁଜିସି ନେଟ ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ କରାଯିବ।ଗତ ୧୮ ତାରିଖରେ ଏନଟିଏ ଦ୍ୱାରା ପରିଚାଳିତ ୟୁଜିସି- ନେଟ୍ ହୋଇଥିଲା । ବିଶ୍ୱବିଦ୍ୟାଳୟ ଓ କଲେଜର ସହକାରୀ ପ୍ରଫେସର ପଦବୀ, ଜୁନିଅର ରିସର୍ଚ୍ଚ ଫେଲୋସିପ୍ ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ଏହି ପରୀକ୍ଷା ହୋଇଥିଲା । ଏଥିରେ ପାଖାପାଖି ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ସାମିଲ ହୋଇଥିଲେ। ମାତ୍ର ଅନିୟମିତା ଅଭିଯୋଗ ହେବା ମାତ୍ରେ ୨ ଦିନ ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ଏନଟିଏର ବିଜ୍ଞପ୍ତି ଅନୁସାରେ ଏନସିଇଟି ୨୦୨୪ ପରୀକ୍ଷା ଜୁଲାଇ ୧୦ ତାରିଖରେ ହେବ। ସେହିପରି ଜୁଲାଇ ୬ ତାରିଖରେ ଅଲ୍ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |