ଆଜି ଭାରତ-ଦକ୍ଷିଣ ଆଫ୍ରିକା ମହାମୁକାବିଲା

ନୂଆଦିଲ୍ଲୀ, ୨୯।୦୬: ଟି-୨୦ ବିଶ୍ଵକପରେ ଆଜି  ଆଜି ଭାରତ-ଦକ୍ଷିଣ ଆଫ୍ରିକା ମହାମୁକାବିଲା । ରାତି ୮ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ୨୦୦୭ ପ୍ରଥମ ସଂସ୍କରଣ  ବିଜେତା ଭାରତ ତାର ପୂର୍ବ ଐତିହ୍ୟ ପାଇଁ ଲଢେଇ କରିବ। ତୃତୀୟଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବା ଭାରତ ୧୭ବର୍ଷ ପରେ ଟ୍ରଫି ଜିତିବାକୁ ଉଦ୍ୟମ କରିବ। ଦକ୍ଷିଣ ଆଫ୍ରିକା କୌଣସି ବିଶ୍ୱକପରେ ପ୍ରଥମଥର ଫାଇନାଲକୁ ଯାଇଥିବା ବେଳେ ଭାରତ ଗୋଟିଏ ଦଶନ୍ଧି ହେଲା ଟ୍ରଫି ପାଇଁ ଅପେକ୍ଷା କରି ରହିଛି। ତେଣୁ ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ସୁପର-୮ରେ ଅଷ୍ଟ୍ରେଲିଆ, ସେମିରେ ଡିଫେଣ୍ଡି ଚାମ୍ପିଅନ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ରୟାଲ ଏଣ୍ଟ୍ରି କରିଛି ଟିମ୍‌ ଇଣ୍ଡିଆ। ଅନ୍ୟପକ୍ଷରେ ଆଇସିସି ବିଶ୍ଵକପ୍ ପ୍ରତିଯୋଗିତାରେ ପ୍ରଥମଥା ପାଇଁ ଫାଇନାଲରେ ପହଞ୍ଚିଥିବା ଦକ୍ଷିଣ ଅଫ୍ରିକା ଟ୍ରଫି ଜିତି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି। ୨୦୦୭ ଟି-୨୦ ବିଶ୍ଵକପ୍ ବିଜେତା  ଭାରତୀୟ ଦଳର  ସଦସ୍ୟ ରହିଥିବା ରୋହିତ୍ ଶର୍ମା ଦ୍ଵିତୀୟଥର ପାଇଁ ଟ୍ରଫି ଧରିବାର ଲକ୍ଷ୍ୟ ରଖିଛନ୍ତି। ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲିଂ ଏବଂ  ଭାରତ ସ୍ପିନ୍ ବିଭାଗରେ ବେଶ୍ ଶକ୍ତିଶାଳୀ। ସେପଟେ  ବାରବାଡୋସରେ ହେବାକୁ ଥିବା ମ୍ୟାଚ୍‌ ରେ ବର୍ଷା ହେବାର ଯଥେଷ୍ଟ ଆଶଙ୍କା ରହିଛି। ଆଜି ବର୍ଷା ହେଲେ ରବିବାର ୩୦ ତାରିଖକୁ ରିଜର୍ଭ ଦିବସ ଭାବେ ରଖାଯାଇଛି। ଯଦି ବର୍ଷା କିମ୍ବା ଅନ୍ୟାନ୍ୟ କାରଣରୁ  ଫାଇନାଲ ମ୍ୟାଚ୍ ବିଳମ୍ବ ହୁଏ , ତେବେ ସେହିଦିନ ମ୍ୟାଚ୍ ଶେଷ କରିବା ପାଇଁ ଅତିରିକ୍ତ ୧୯୦ ମିନିଟ୍ ସମୟ ବ୍ୟବହାର କରାଯିବ। ଉଭୟ ଦଳ ଅତିକମ୍ ରେ  ୧୦-୧୦ ଓଭର ଖେଳିଲେ ହିଁ ମ୍ୟାଚର ଫଳାଫଳ ବାହାରିବ। ଯଦି କୌଣସି ଦଳ  ୧୦ ଓଭର ଖେଳିପାରିବେ ନାହିଁ , ତେବେ ମ୍ୟାଚ୍‌କୁ ରିଜର୍ଭ ଦିବସକୁ ସ୍ଥାନାନ୍ତରିତ କରାଯିବା ନେଇ ସୂଚନା ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!