ନୂଆଦିଲ୍ଲୀ, ୨୯।୦୬: ଦେଶର ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ। ଭୟଙ୍କର ବର୍ଷା ପରେ ସୃଷ୍ଟି ହୋଇଛି ଜଳ ପ୍ରଳୟ ସ୍ଥିତି। ଦୀର୍ଘ ୮ ଦଶନ୍ଧିର ରେକର୍ଡ ଭାଙ୍ଗିଛି ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା। ସବୁଠି ପାଣି ଆଉ ପାଣି। ସେପଟେ ନ୍ୟୁ ଉସମାନପୁର ଅଞ୍ଚଳରେ ବର୍ଷା ପାଣିରେ ଦୁଇ ପିଲା ଭାସି ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଛି।ଫଳରେ ରାସ୍ତାଘାଟ ବୁଡ଼ିଯିବା ସହିତ ବିଭିନ୍ନ ସମସ୍ୟା ଉପୁଜିଛି । ମୌସୁମୀ ପ୍ରଭାବରୁ ଦିଲ୍ଲୀରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆନୁମାନ କରିଛି ପାଣିପାଗ ବିଭାଗ । ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଗତ ୨୪ ଘଣ୍ଟା ଭିତରେ ଦିଲ୍ଲୀରେ ୨୨୮.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଫଳରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇଜଣ ଶିଶୁ ରହିଛନ୍ତି । ଶନିବାର ଦିଲ୍ଲୀ ଏନ୍ସିଆର, ଦ଼୍ବାରକା, ପାଲାମ, ବସନ୍ତ ବିହାର, ବସନ୍ତ କୁଞ୍ଜ, ଗୁରଗାଁଓ, ଫରିଦାବାଦ, ମନେସାର ଆଦି ଅଞ୍ଚଳରେ ବର୍ଷା ପବନ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।ଅନେକ ଗାଡି ପାଣିରେ ବୁଡି ଯିବା ଲାଗି ଲୋକେ ଯତାୟତ ଏକ ପ୍ରକାର ଠପ୍ ହୋଇଯାଇଛି। ଦିଲ୍ଲୀ ବିଭିନ୍ନ ଭିଆଇପି ଅଞ୍ଚଳରେ ମଧ୍ୟ ପାଣି ପଶିଛି। ସେପଟେ ଏହାକୁ ଦୃଷ୍ଟିରେ ରଖି ଡିଟିସି ଟିମ୍କୁ ଅଣ୍ଡରପାସ୍ରେ ନିୟୋଜିତ କରାଯାଇଥିବା ପରିବହନ ମନ୍ତ୍ରୀ କୌଳାଶ ଗେହଲଟ ସୂଚନା ଦେଇଛନ୍ତି। ଅନ୍ୟପଟେ ସ୍ଥିତିର ଅନୁଧ୍ୟାନ ପାଇଁ ଏଲ୍ଜି ଭିକେ ସାକ୍ସେନା ମଧ୍ୟ ଏକ ଜରୁରୀକାଳୀନ ବୈଠକ କରିଛନ୍ତି। ସ୍ଥିତି ସୁଧାରିବା ପାଇଁ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ସ୍ଥାପିତ କରିବା ପାଇଁ ଓ ପାଣି ପମ୍ପ ଲଗାଇ ଜଳ ନିଷ୍କାସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ବର୍ଷାରେ ଦିଲ୍ଲୀ AIIMSର ଅପରେସନ ଥିଏଟରରେ ପାଣି ପଶିଯିବାରୁ ହେବାକୁ ଥିବା ଅପରେସନ୍ ହୋଇପାରିନାହିଁ । ଦିଲ୍ଲୀ AIIMS ର ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ନଅଟି ଅପରେସନ ଥିଏଟର ବନ୍ଦ ରହିଛି । ଅପରେସନ ଥିଏଟର ବନ୍ଦ ଥିବାରୁ ୧୨ରୁ ଅଧିକ ଅସ୍ତ୍ରୋପଚାର ହୋଇପାରିନାହିଁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |