ମହାନଦୀ କୂଳରୁ ୮ ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର

 ଅନୁଗୁଳ,,୨୯ା୬: ମହାନଦୀ କୂଳରେ ଖେଳୁଥିବା ସମୟରେ ଜଣେ ୮ ବର୍ଷର ବାଳକଙ୍କୁ ଟାଣିନେଲା କୁମ୍ଭୀର। ୮ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର। ଅନୁଗୁଳରୁ ଆସୁଛି ଏମିତି ଏକ ଅଘଟଣର ଖବର। ଅନୁଗୁଳ ଜିଲ୍ଲା ଟିକରପଡା ମହାନଦୀ କୂଳରେ ନାବାଳକ ଖେଳୁଥିବା ବେଳେ ତାକୁ ଟାଣି ନେଇଛି କୁମ୍ଭୀର। ଅଘଟଣର କିଛି ସମୟ ପରେ ନାବାଳକର ମୃତଦେହକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।ମୃତ ନାବାଳକଟି ଟିକରପଡ଼ା ଘାଟ ସାହି ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଦେଖାଦେଇଛି। ମୃତ ନାବାଳକଙ୍କ ନାଁ ସମୀର ନାଏକ। ତାଙ୍କ ଘର ଟିକରପଡ଼ା ଘାଟସାହିରେ। ତାଙ୍କ ବାପାଙ୍କ ନାଁ ସୁରେଶ ନାଏକ।ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତା’ ସହିତ ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ମୃତ ନାବାଳକ ସମୀର ନାଏକଙ୍କ ନିକଟତମ ଆତ୍ମୀୟଙ୍କୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!