‘ରାଜ୍ୟର ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି’

ଭୁବନେଶ୍ୱର,୨୯ା୬;ରାଜ୍ୟର ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି କ୍ୟାମେରା। ସେହିପରି ମଣ୍ଡିରୁ ଧାନ ନେଇଯାଉଥିବା ଗାଡ଼ିରେ ଲଗାଯିବ GPS। ଆଜି ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ମନ୍ତ୍ରୀ କହିଛନ୍ତି, ମଣ୍ଡିରେ ସିସିଟିଭି ଲଗାଯିବ। ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜିର ବ୍ୟବହାର କରାଯିବ। ମଣ୍ଡିରୁ ଧାନ ଯେତେବେଳେ ମିଲର ପାଖକୁ ଯାଉଛି ସେହି ସମୟରେ ଗାଡ଼ିରେ GPS ଲଗାଯିବ। ମଣ୍ଡିରୁ ମିଲରଙ୍କ ଧାନ ଗଲା କି ନାହିଁ ଚେକିଂ କରିବା ଲାଗି ଏହା କରାଯିବ। ସେହିପରି ମିଲରଙ୍କ ପାଖରୁ ଯେଉଁ ଚାଉଳ ଗୋଦାମକୁ ଆସୁଛି ସେହି ଗାଡ଼ିରେ ମଧ୍ୟ GPS ଲଗାଯିବ।ବିଭିନ୍ନ ସମୟରେ ଧାନ ମଣ୍ଡିରେ ହେରଫେର ହେଉଥିବା ନେଇ ଚାଷୀମାନେ ଅଭିଯୋଗ କରିଥାନ୍ତି। ଏପରିକି କେତେବେଳେ ଚାଷୀଙ୍କ ଠିକ୍‌ ଟୋକନ୍‌ ମିଳି ନଥାଏ ତ ଆଉ କେତେ ବେଳେ ମିଲର ଧାନ ନେବା ନେଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିପାଇଁ ଚାଷୀମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି। ଏହାକୁ ରୋକିବାକୁ ରାଜ୍ୟର ସବୁ ଧାନ ମଣ୍ଡିରେ ସିସି କ୍ୟାମେରା ଲାଗିବ ବୋଲି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!