ଆଜିଠୁ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର,୧ା୭  : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସୋମବାରଠାରୁ ସାଧାରଣ ଜନତାଙ୍କ ପାଇଁ ଖୋଲିବ। ପ୍ରତି ସୋମବାର ଏଠାରେ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ କେଉଁଠି ବସିବେ, କେଉଁ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣିବେ, ସେନେଇ ରବିବାର ସାଧାରଣ ପ୍ରଶାସନ ବିଭାଗ ସଚିବ ସୁରେନ୍ଦ୍ର କୁମାର ସ୍ଥିତି ପରଖିଥିଲେ। ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବ୍ୟାରିକେଡ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି।ଆଜିଠାରୁ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଭୁବନେଶ୍ୱର ୟୁନିଟ୍ ୫ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରତି ସୋମବାର ଜଣ ଶୁଣାଣି ହେବ । ତେବେ ଆଜିର ଏହି ଶୁଣାଣି ପୂର୍ବରୁ ପଞ୍ଜିକରଣ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଆଜି ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ଲୋକ ନାମ ପଞ୍ଜିକରଣ କରିଥିବା ସୂଚନା ରହିଛି ଯେଉଁଥିରେ ଅନେକ ଦିବ୍ୟାଙ୍ଗ ମଧ୍ୟ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଯୋଗ ଶୁଣାଣି କରିବା ସହ ଏହାର ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେବେ ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ କିପରି କରିପାରିବେ ଅଭିଯୋଗ:

– ପ୍ରତି ସୋମବାର ଦିନ ୧୧ଟାରୁ ଅଭିଯୋଗ ଶୁଣାଣି ଆରମ୍ଭ ହେବ ।
– ଅଭିଯୋଗ ଶୁଣାଣି ପାଇଁ www.janasunani.odisha.gov.in ରେ ସକାଳ ୯ଟାରୁ ୧୨ଟା ମଧ୍ୟରେ ପଞ୍ଜିକରଣ କରିପାରିବେ ।
– ୱେବସାଇଟରେ ପ୍ରଥମେ ନିଜ ନାଁ ଓ ମୋବାଇଲ ନମ୍ବର ଦେବାକୁ ପଡ଼ିବ । ଏହା ପରେ ଏକ ପାସୱାର୍ଡ଼ ଦେଇ ଲଗ୍ ଇନ୍ କରନ୍ତୁ ।
– ଲଗ୍ ଇନ୍ କରିବା ପରେ ଅଭିଯୋଗ ପଞ୍ଜିକରଣ କରନ୍ତୁ ।
– ଅନଲାଇନ୍ ବ୍ୟତୀତ ୬୩୭୦୯୫୧୯୩୦ ହ୍ୱାଟ୍ସଆପ୍ ନମ୍ବରରେ ମେସେଜ୍‌, ଇମେଲ ଓ ଚିଠି ମାଧ୍ୟମରେ ମଧ୍ୟ ପଞ୍ଜିକରଣ କରିପାରିବେ ।
– ସମ୍ମିଳନୀ କକ୍ଷରେ ଏକକାଳୀନ ୩୦ ଜଣ ଲୋକ ବସିବାର ସୁବିଧା ରହିଛି । ଏହା ବ୍ୟତୀତ ଅନ୍ୟ ଲୋକଙ୍କ ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!