କମିଲା ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧ା୭: ହ୍ରାସ ପାଇଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର। ଶନିବାର ଦେଶରେ ନୂଆ ଦର ଲାଗୁ ହୋଇଥିବା ବେଳେ ସିଲିଣ୍ଡର ଉପରେ ୩୦ ଟଙ୍କା ହ୍ରାସ ପାଇଛି। ଏଥିସହିତ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୬୪୬ ଟଙ୍କା ହୋଇଛି। ତୁରନ୍ତ ପ୍ରଭାବ ସହିତ ଏହି ନୂଆ ଦର ଲାଗୁ ହେବ।ସେହିପରି ମୁମ୍ବାଇରେ ଏହାର ମୂଲ୍ୟ ୧,୬୨୯ ରୁ ୧,୫୯୮ ଟଙ୍କାକୁ ହ୍ରାସ ପାଇଛି। ଚେନ୍ନାଇରେ ଏକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧,୮୪୦ ଟଙ୍କା ଏବଂ କୋଲକାତାରେ ୧,୭୮୭ ଟଙ୍କା ହୋଇଛି। ଜୁନ୍ ୧ ରେ କମର୍ସିଆଲ ଏଲପିଜି ଦର ପ୍ରାୟ ୬୯ ଟଙ୍କା ହ୍ରାସ ପାଇଥିଲା ଏବଂ ମେ ୧ ରେ ସିଲିଣ୍ଡର ପିଛା ୧୯ ଟଙ୍କା ହ୍ରାସ ପାଇଥିଲା।ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ୯ ମାର୍ଚ୍ଚ ୨୦୨୪ରେ ଏହା ଶେଷ ଥର ପାଇଁ ପରିବର୍ତ୍ତନ ହୋଇଥିଲା ଏବଂ ୧୦୦ ଟଙ୍କା ହ୍ରାସ ହୋଇଥିଲା । ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଭୁବନେଶ୍ବରରେ ୮୨୯ ଟଙ୍କା ରହିଥିବା ବେଳେ ଦିଲ୍ଲୀରେ ୮୦୩ ଟଙ୍କା ରହିଛି, କୋଲକାତାରେ ୮୨୯ ଟଙ୍କା, ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କା ରହିଛି । ୧ ଜୁନ୍ ୨୦୨୩ରେ, ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ଥିଲା। ୩୦ ଅଗଷ୍ଟ ୨୦୨୩ରେ ଏଥିରେ ୨୦୦ ଟଙ୍କା ହ୍ରାସ ହୋଇଥିଲା ଏବଂ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୦୩ ଟଙ୍କାକୁ ଖସି ଆସିଥିଲା। ଏହା ପରେ, ୯ ମାର୍ଚ୍ଚ ୨୦୨୪ରେ, କମ୍ପାନୀଗୁଡିକ ଏହାର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!