ଭୁବନେଶ୍ୱର,,୧।୭: ଏଣିକି ବିନା ଅନୁମତିରେ ତାଲଗଛ କାଟିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବନବିଭାଗଠାରୁ ବିନା ଅନୁମତିରେ ନିଜ ବାଡ଼ିରୁ ମଧ୍ୟ ତାଳ ଗଛ କାଟିପାରିବେ ନାହିଁ । ତାଳ ଗଛ କଟାରେ ରୋକ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ୱାଳଙ୍କ ସୂଚନା । ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁରେ ରୋକ ଲଗାଇବାକୁ ପଦକ୍ଷେପ ନିଆଯାଇଛି ।ରାଜ୍ୟରେ ବଢ଼ୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ବନ ବିଭାଗ। ସେହିପରି ରାଜ୍ୟରେ ଏ ବର୍ଷ ଲାଗିବ ୧୯ ଲକ୍ଷ ତାଳ ଗଛ। ରାଜ୍ୟର ୫୨ଟି ଡିଭିଜନରେ ଥିବା ସମସ୍ତ ଫରେଷ୍ଟ ବ୍ଲକ୍ ବାଉଣ୍ଡରୀ ପିଲାର ଚାରିପାଖରେ ଲାଗିବ ୪ଟି ଲେଖାଏଁ ଗଛ । ଏବର୍ଷ ତାହାକୁ କାର୍ଯ୍ୟକାରୀ କରିବାକୁ ବନ ବିଭାଗ ଅଣ୍ଟା ଭିଡ଼ିଛି। ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ପ୍ରଥମ ପର୍ଯ୍ୟାୟରେ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟରେ ୧୯ ଲକ୍ଷ ତାଳଗଛ ଲଗାଯିବ। ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ପ୍ରଥମ ପର୍ଯ୍ୟାୟରେ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟରେ ୧୯ ଲକ୍ଷ ତାଳଗଛ ଲଗାଯିବ। ଭୁବନେଶ୍ବର, କଟକ, ବାଲେଶ୍ବର, ଭଦ୍ରକ ପରି ସହର ସମେତ ଉପକୂଳ ଓଡ଼ିଶାରେ ବ୍ୟାପକ ତାଳଗଛ ରୋପଣ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |