ସାରାରାତି ବାର ପବ୍ ଖୋଲୁଥିଲେ ସାବଧାନ

ଭୁବନେଶ୍ୱର,,୧।୭: ରାଜଧାନୀରେ ରାତି ତମାମ ଖୋଲା ରହୁଛି ବାର ଓ ପବ । ରାତି ସାରା ବାର ପବ୍ ଖୋଲୁଥିଲେ ବାର ମାଲିକଙ୍କୁ ଲାଗିବ ଝଟକା । ଏମିତି କରୁଥିବା ବାର ମାଲିକଙ୍କୁ ଅବକାରୀ ବିଭାଗର କମିଶନର କଡା ଚେତାବନୀ ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟରେ ବାର କି ପବ୍ ବନ୍ଦ ନହେଲେ ପ୍ରଥମ ଚଢାଉରେ ଫାଇନ୍ ଆଦାୟ ହେବ ଏବଂ ଏହାର ବାରମ୍ବାର ଅବମାନନା କରି ଉଲ୍ଲଂଘନ କଲେ ବାର ଲାଇସେନ୍ସକୁ ବାତିଲ କରାଯିବ ବୋଲି କୁହାଯାଇଛି ।ରଙ୍ଗୀନ ଆଲୁଅ ଭିତରେ ମତୁଆଲା ହେଉଛନ୍ତି ଯୁବକ ଯୁବତୀ । ଏଭଳି  ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଭିଡିଓ । ଟାଇମ୍ ଲାଇନ୍ ଦେଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ପରେ ସଂପୃକ୍ତ ବାର ଓ ପବ ଗୁଡ଼ିକର ଖୋଲିଛି ପୋଲ ।ଯାହାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଲେ ଅବକାରୀ କମିଶନର । ରାତି ତମାମ ଖୋଲା ରହୁଥିବା ବାର ଓ ପବ ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ କମିଶନରଙ୍କ ନିର୍ଦ୍ଦେଶ । ସମସ୍ତ ଅବକାରୀ ଅଫିସରଙ୍କୁ ଦେଲେ ନିର୍ଦ୍ଦେଶ । ଯେଉଁ ଅଫିସର ସଠିକ୍ ଭାବେ କାର୍ଯ୍ୟ କରିବେ ନାହିଁ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!