ନୂଆଦିଲ୍ଲୀ,୧।୭: ଦିଲ୍ଲୀ ଏଲଜି ଭି.କେ ସାକ୍ସେନାଙ୍କ ଦ୍ୱାରା ହୋଇଥିବା ମାନହାନି ମାମଲାରେ ସାମାଜିକ କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କୁ କୋର୍ଟ ୫ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ନର୍ମଦା ବଞ୍ଚାଅ ଆନ୍ଦୋଳନର ମୁଖ୍ୟ ମେଧା ପାଟକରଙ୍କୁ ୨୪ ବର୍ଷ ତଳର ଗୋଟିଏ ମାନହାନୀ କେସ୍ରେ ୫ ମାସ ଜେଲଦଣ୍ଡ ମିଳିଛି। ତତ୍କାଳୀନ କେଭିଆଇସିର ଅଧ୍ୟକ୍ଷ ତଥା ବର୍ତ୍ତମାନ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା କରିଥିବା ମାନହାନୀ କେସ୍ରେ ମେଧାଙ୍କୁ ଏପରି ଦଣ୍ଡ ମିଳିଛି।ଏଥିସହ କ୍ଷତିପୂରଣ ବାବଦରେ ତାଙ୍କୁ ୧୦ ଲକ୍ଷ ଟଙ୍କା ସକ୍ସେନାଙ୍କୁ ଦେବାକୁ ଦିଲ୍ଲୀର ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଅର୍ଥ ସକ୍ସେନା ନେବେ ନାହିଁ ବରଂ ଦିଲ୍ଲୀ ଷ୍ଟେଟ ଲିଗାଲ ସର୍ଭିସ ଅଥୋରିଟୀରେ ଜମା କରି ଦେବାକୁ ସେ ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଜଣାଇ ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |