ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୧।୭:- ଆଜି ସମଗ୍ର ଭାରତରେ ନୂଆ ଆଇନ ଲାଗୁ ହେଲା । ହଟିଲା ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ ନିୟମ । ଆଜିଠୁ ଲାଗୁ ହେଲା ୩ ନୂଆ ଅପରାଧିକ ଆଇନ ବ୍ୟବସ୍ଥା। ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହୋଇଛି ନୂଆ ଯୁଗ। ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯାଇଛି। ଆଜି ଡାବୁଗାଁ ଦିନ 11 ଘଣ୍ଟା ସମୟରେ ହୋଇଥିବା ସଚେତନତା ବୈଠକରେ ଉପସ୍ଥିତି ଥିଲେ ଡାବୁଗାଁ ତହସିଲଦାର ହରିଅମ ଭୋଇ,ବିଡ଼ିଓ ଶରତ ମାଝୀ, ଏଇଏଇସି ସୁନୀଲ କୁମାର ପ୍ରଧାନ ସହ ବ୍ଳକ ର ସମସ୍ତ ସରପଞ୍ଚ, ଆଇନଜୀବୀ, ସାମ୍ବାଦିକ ଏଵଂ ଗ୍ରାମବାସୀ ଉପସ୍ଥିତି ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |