ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ,୧।୭:ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସଂସଦରେ କଥା କଟାକଟି ଦେଖିବାକୁ ମିଳିଛି।ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟବକୁ ନେଇ ସଂସଦରେ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି । ରାହୁଲ ଗାନ୍ଧି ନିଜର ଭାଷଣ ସମୟରେ ଏନଡିଏ ସାଂସଦଙ୍କ ଉପରକୁ ଇଶାରା କରି କହିଥିଲେ କି, ତୁମେ ହିନ୍ଦୁ ନୁହେଁ । ଏହାପରେ ହଙ୍ଗାମା ଆରମ୍ଭ ହୋଇଥିଲା । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ କି, ହିନ୍ଦୁ ସମାଜକୁ ହିଂସ୍ର କହି ସମାଲୋଚନା କରୁଛନ୍ତି ବିରୋଧୀ ଦଳ ନେତା ଏହା ଅତି ଗମ୍ଭୀର ବିଷୟ । ଆଜି ଲୋକସଭାରେ ରାହୁଲ ଗାନ୍ଧି ଭାଷଣ ଦେଉଥିବା ବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଜେପିର ଜୟ ଶ୍ରୀରାମ ନାରାକୁ କାଉଣ୍ଟର କରିବା ପାଇଁ ରାହୁଲ ଗାନ୍ଧି ଆଜି ପୁଣିଥରେ ଜୟ ସମ୍ବିଧାନ ନାରା ଦେଇଛନ୍ତି।ତେବେ ରାହୁଲଙ୍କ ଭାଷଣକୁ ପ୍ରଧାନମନ୍ତ୍ରୀ ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହିନ୍ଦୁ ସଂପ୍ରଦାୟ ପ୍ରତି ଅପମାନ ବୋଲି କହି ସମାଲୋଚନା କରିଛନ୍ତି।ଆଜି ରାହୁଲ ଗାନ୍ଧି ଭାଷଣ ବେଳେ ସମ୍ବିଧାନର କପି ଠାରୁ ଆରମ୍ଭ କରି ଭଗବାନ ଶିବ, ପ୍ରଫେଟ ମହମ୍ମଦ ଓ ଗୁରୁ ନାନକଙ୍କ ଛବି ପ୍ରଦର୍ଶିତ କରିଥିଲେ। ବିଜେପି ଓ ଆରଏସଏସକୁ ସେ ସମାଲୋଚନା କରି ସେମାନେ ସମସ୍ତ ହିନ୍ଦୁଙ୍କ ପ୍ରତିନିଧିତ୍ୱ କରନ୍ତି ନାହିଁ ବୋଲି ରାହୁଲ କହିଥିଲେ।ତେବେ ରାହୁଲ ଗାନ୍ଧି ଭାଷଣ ଦେବା ବେଳେ ମୋଦି ଦୁଇ ଥର ନିଜ ଆସନରେ ଛିଡ଼ା ହୋଇ ଏହାକୁ ବିରୋଧ କରିଥିଲେ। ସମଗ୍ର ହିନ୍ଦୁ ସଂପ୍ରଦାୟକୁ ହିଂସା ସୃଷ୍ଟିକାରୀ କହିବା ଗୋଟିଏ ଗୁରୁତ୍ୱର ପ୍ରସଙ୍ଗ ବୋଲି ମୋଦି କହିଥିଲେ। ଏଥିସହ ସମ୍ବିଧାନ ତାଙ୍କୁ ବିରୋଧୀ ଦଳର ନେତା ପଦକୁ ସମ୍ମାନ ଦେବା ଶିଖାଇଥିବା ମୋଦି କହିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!