ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ଦଳ

ନୂଆଦିଲ୍ଲୀ,୪ା୭: ବାର୍ବାଡସରେ ଟି-୨୦ ବିଶ୍ୱକପ ଜିତିବା ପରେ ଆଜି ଭାରତୀୟ ଦଳ ସ୍ୱଦେଶ ଫେରିଛି।  ଭାରତୀୟ କ୍ରିକେଟ୍‌ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିଛି।  ଦିଲ୍ଲୀ ବିମାନବନ୍ଦରରେ ଟିମ୍‌ ଇଣ୍ଡିଆକୁ ସ୍ବାଗତ କରାଯାଇଥିଲା।ସକାଳ ୬ଟାରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ଟିମର ସଦସ୍ୟମାନେ ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ।ପୂର୍ବାହ୍ନ ୧୧ଟାରେ ବିସିସିଆଇ ସମ୍ପାଦକ ଜୟ ଶାହ, ସଭାପତି ରୋଜର ବିନି, ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବଙ୍କ ସହିତ ଚାମ୍ପିୟନ ଦଳର ସମସ୍ତ ଖେଳାଳି ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ।ବିଶ୍ୱକପ ଓ ଭାରତୀୟ ଟିମ ସହ ପ୍ରଧାନମନ୍ତ୍ରୀ ବେଶ କିଛି ସମୟ ଆଲୋଚନା କରିଥିଲେ। ଏହାପରେ ସମସ୍ତେ ଗୋଟିଏ ଫଟୋ ଉଠାଇଛନ୍ତି। ତେବେ ସାମ୍ନାକୁ ଆସିଥିବା ଫଟୋ ସମସ୍ତଙ୍କୁ ଚକିତ କରିଛି।ଆଜି ବିସିସିଆଇ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନମୋ ଜର୍ସି ମଧ୍ୟ ଉପହାର ଆକାରରେ ଦିଆଯାଇଛି। ମୋଦିଙ୍କ ସହ ବୈଠକ ପରେ ଖେଳାଳିମାନେ ଦିଲ୍ଲୀ ଏୟାରପୋର୍ଟ ଯାଇଥିଲେ।ସେଠାରୁ ସେମାନେ ମୁମ୍ବାଇ ଆସିଛନ୍ତି। ଏବେ ମୁମ୍ବାଇର ମାରିନ ଡ୍ରାଇଭ ରୋଡ୍‌ରୁ ୱାଙ୍ଖଡେ ଷ୍ଟାଡିୟମ ଯାଏ ବିଜୟ ଶୋଭାଯାତ୍ରା ଆରମ୍ଭ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!