ପରଲୋକରେ ଲୋକପ୍ରିୟ ଅଭିନେତ୍ରୀ ସ୍ମୃତି ବିଶ୍ୱାସ

ନୂଆଦିଲ୍ଲୀ,୬ା୭:  ଲୋକପ୍ରିୟ ଅଭିନେତ୍ରୀ ସ୍ମୃତି ବିଶ୍ୱାସ ଆଉ ନାହାନ୍ତି । ହିନ୍ଦି, ମରାଠୀ, ବଙ୍ଗଳା ଆଦି ବିଭିନ୍ନ ଭାଷାର ଚଳଚ୍ଚିତ୍ରରେ କାମ କରିଥିବା ଏହି ଲୋକପ୍ରିୟ ଅଭିନେତ୍ରୀ ୧୦୦ ବର୍ଷ ବୟସରେ ଆଖି ବୁଜିଛନ୍ତି । କିଛି ଦିନ ଧରି ଅଭିନେତ୍ରୀ ବୟସାଧିକ ଜନିତ ବୀମାରୀ କାରଣରୁ ଅସୁସ୍ଥ ଥିଲେ । ମହାରାଷ୍ଟ୍ରର ନାଶିକ ସ୍ଥିତ ତାଙ୍କ ବାସଭବନରେ ଶ୍ରୀମତୀ ବିଶ୍ୱାସ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।ମାତ୍ର ୧୦ ବର୍ଷ ବୟସରୁ ଅଭିନେତ୍ରୀ ବଙ୍ଗଳା ଫିଲ୍ମ ‘ସନ୍ଧ୍ୟା’ରେ ଅଭିନୟ କରିଥିଲେ । ଏଥିସହିତ ସେ ହେମନ୍ତ ବୋଷଙ୍କର ‘ଦ୍ୱାଣ୍ଡା’ ଓ ମୃଣାଳ ସେନଙ୍କ ‘ନିଲ ଅକ୍ଷର ନିଚେ’ ପରି କିଛି ଫିଲ୍ମରେ ଅଭିନୟ କରିଥିଲେ । ସେ ଅନେକ ହିନ୍ଦି, ମରାଠୀ ଓ ବଙ୍ଗଳା ଫିଲ୍ମରେ ଅଭିନୟ କର ଦର୍ଶଙ୍କ ମଧ୍ୟରେ ନିଜର ଏକ ଛାପ ଛାଡ଼ିଥିଲେ । ଗୁରୁ ଦତ୍ତ, ଭି. ସାନ୍ତାରାମ, ମୃଣାଳ ସେନ, ରାଜ କପୁର, ଦେବ ଆନନ୍ଦ, କିଶୋର କୁମାର ଅନ୍ୟ ବିଶିଷ୍ଟ ଆର୍ଟିଷ୍ଟଙ୍କ ସହିତ ସେ କାମ କରିଥିଲେ । ନିର୍ଦ୍ଦେଶକ ଏସଡି ନାରଙ୍ଗଙ୍କୁ ସେ ୧୯୬୦ ମସିହାରେ ବିବାହ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!