ହାଇଦ୍ରାବାଦ,୬ା୭: ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ଛାଡ଼ି କଂଗ୍ରେସରେ ଯୋଗଦେବାର ଦିନକ ପରେ କେ. କେଶବ ରାଓ ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍ ଧନ୍କରଙ୍କୁ ପ୍ରଦାନ କରିଛନ୍ତି। ସେ ବିଆର୍ଏସ୍ ଚିହ୍ନରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ଏବେ କଂଗ୍ରେସରେ ଯୋଗଦେଇଥିବାରୁ ନୈତିକତା ଦୃଷ୍ଟିରୁ ଗୃହର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ୨୦୨୦ରେ ବିଆର୍ଏସ୍ ତାଙ୍କୁ ରାଜ୍ୟ ସଭାକୁ ପଠାଇଥିବାବେଳେ ତାଙ୍କର କାର୍ଯ୍ୟକାଳ ଆଉ ୨ ବର୍ଷ ରହିଥିଲା। ତେଲଙ୍ଗାନା ସରକାରରେ ତାଙ୍କୁ କ୍ୟାବିନେଟ୍ ପାହ୍ୟା ସହ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀ କହିଛନ୍ତି। ରେଭନ୍ଥଙ୍କ ଉପସ୍ଥିତିରେ ୬ ଜଣ ବିଆର୍ଏସ୍ ବିଧାନ ପରିଷଦ ସଦସ୍ୟ ଗୁରୁବାର ରାତିରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଫଳରେ କେ. ଚନ୍ଦ୍ରଶେଖର ରାଓଙ୍କ ଦଳକୁ ଶକ୍ତ ଧକ୍କା ଲାଗିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |